ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଫୋକସରେ ‘୫ ନ୍ୟାୟ’ ଓ ‘୨୫ ଗ୍ୟାରେଣ୍ଟି’

ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ନିଜ ନିର୍ବାଚନୀ ଇସ୍ତାହାର ଜାରି କରିବ। ଦଳର ନିର୍ବାଚନୀ ଇସ୍ତାହାର ‘୫ ନ୍ୟାୟ’ ଓ ‘୨୫ ଗ୍ୟାରେଣ୍ଟି’ ଉପରେ ଆଧାରିତ ହେବ ବୋଲି କୁହାଯାଇଛି।ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କଂଗ୍ରେସ ଏହି ସୂଚନା ଦେଇଛି। କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦଳର ନିର୍ବାଚନୀ ଇସ୍ତାହାର ଜାରି କରାଯିବ। ‘ଭାରତ ଯୋଡ ନ୍ଯାୟ ଯାତ୍ରା’ ସମୟରେ ରାହୁଲ [...]

Admin•ଅପ୍ରେଲ 5, 2024
Share Article:

ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ନିଜ ନିର୍ବାଚନୀ ଇସ୍ତାହାର ଜାରି କରିବ। ଦଳର ନିର୍ବାଚନୀ ଇସ୍ତାହାର ‘୫ ନ୍ୟାୟ’ ଓ ‘୨୫ ଗ୍ୟାରେଣ୍ଟି’ ଉପରେ ଆଧାରିତ ହେବ ବୋଲି କୁହାଯାଇଛି।ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କଂଗ୍ରେସ ଏହି ସୂଚନା ଦେଇଛି। କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦଳର ନିର୍ବାଚନୀ ଇସ୍ତାହାର ଜାରି କରାଯିବ।

‘ଭାରତ ଯୋଡ ନ୍ଯାୟ ଯାତ୍ରା’ ସମୟରେ ରାହୁଲ ଗାନ୍ଧୀ ପାଞ୍ଚଟି ଗ୍ୟାରେଣ୍ଟି ଦେଇଥିଲେ, ଯେଉଁଥିରେ ସରକାରୀ ନିଯୁକ୍ତି, ଯୁବକମାନଙ୍କ ପାଇଁ ଆପ୍ରେଣ୍ଟିସ୍, ପେପର ଲିକରୁ ମୁକ୍ତି, ସାମାଜିକ ସୁରକ୍ଷା ଏବଂ ଷ୍ଟାର୍ଟଅପ୍ ପାଇଁ ସ୍ୱତନ୍ତ୍ର ପାଣ୍ଠି ‘ଯୁବା ରୋଶନି’ ଆଦି ସାମିଲ।ରାହୁଲ ଗାନ୍ଧୀ ମଧ୍ୟ ଜାତି ଭିତ୍ତିକ ଜନଗଣନା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ମଧ୍ୟ ଦଳୀୟ ଇସ୍ତାହାରରେ ସ୍ଥାନ ପାଇବା ସମ୍ଭାବନା ରହିଛି।

ଏହାଛଡ଼ା ଦଳ କ୍ଷମତାକୁ ଆସିଲେ ‘୨୫ ଗ୍ୟାରେଣ୍ଟି’ ପୂରଣ କରିବ ବୋଲି କହିଥିଲେ ରାହୁଲ ଗାନ୍ଧୀ। ଏକ ରିପୋର୍ଟ ଅନୁଯାୟୀ, ଗତ କିଛି ବିଧାନସଭା ନିର୍ବାଚନରେ ପୁରୁଣା ପେନସନ୍ ଯୋଜନା (ଓପିଏସ୍)କୁ ପୁନଃ ଲାଗୁ କରିବା ମଧ୍ୟ କଂଗ୍ରେସର ଏକ ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ଥିଲା । କିନ୍ତୁ ଦଳ ଏଥର ଏହି ବିଷୟ ଉପରେ ନୀରବ ରହିଛି ।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟରେ ‘ଓପିଏସ’ ପ୍ରତିଶ୍ରୁତି ଏକ ପ୍ରମୁଖ କାରଣ ଥିଲା ବୋଲି ରାଜନୈତିକ ସମୀକ୍ଷକ କହିଥିଲେ। ଏହାଛଡ଼ା ଦଳ ମଧ୍ୟ ଏହାର ନିର୍ବାଚନ ଇସ୍ତାହାରରେ ମନି ଲଣ୍ଡରିଂ ନିରୋଧୀ ଆଇନ ୨୦୨୨ ରଦ୍ଦ କରିବାକୁ ପ୍ରତିଶ୍ରୁତି ଦେଇପାରେ। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଏହି ଆଇନ ଆଣିଥିଲେ । ତେବେ ମୋଦୀ ସରକାର ୨୦୧୫ ଏବଂ ୨୦୧୯ରେ ସଂଶୋଧନ କରି ଏହି ଆଇନକୁ ଆହୁରି ଅଧିକ କଡ଼ାକଡ଼ି କରିଥିଲେ । ଏନଡିଏ ସରକାର ଏହି ଆଇନର ଅପବ୍ୟବହାର କରୁଥିବା ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ।

#Odia#Odisha#News
Share Article:

Related Articles