ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସିଂହ ‘ଆକବର’- ସିଂହୀ ‘ସୀତା’ ବିବାଦ: ଆଇଏଫ୍ଏସ୍ ଅଧିକାରୀଙ୍କୁ ନିଲମ୍ବିତ କଲେ ତ୍ରିପୁରା ସରକାର

ଅଗରତାଲା: ସିଂହର ନାଁ ‘ଆକବର’ ଓ ସିଂହୀର ‘ସୀତା’ ନାମକରଣ ନେଇ ବିବାଦ ପରେ ତ୍ରିପୁରା ସରକାର ଜଣେ ଆଇଏଫଏସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ସିଂହ-ସିଂହୀ ଯୋଡିକୁ ତ୍ରିପୁରାରୁ ପଶ୍ଚିମବଙ୍ଗର ଏକ ଚିଡ଼ିଆଖାନାକୁ ପଠାଯାଇଥିଲା | ତେବେ ସେମାନଙ୍କ ଏଭଳି ନାମକରଣ ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କଲିକତା ହାଇକୋର୍ଟରେ ଅଭିଯୋଗ ଦାଖଲ କରିଥିଲା । ଏଭଳି ନାମକରଣ (ଆକବର ଓ ସୀତା) ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଥିଲା ଭିଏଚପି। ଏଥିସହ [...]

Admin•ଫେବୃଆରୀ 27, 2024
Share Article:

ଅଗରତାଲା: ସିଂହର ନାଁ ‘ଆକବର’ ଓ ସିଂହୀର ‘ସୀତା’ ନାମକରଣ ନେଇ ବିବାଦ ପରେ ତ୍ରିପୁରା ସରକାର ଜଣେ ଆଇଏଫଏସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ସିଂହ-ସିଂହୀ ଯୋଡିକୁ ତ୍ରିପୁରାରୁ ପଶ୍ଚିମବଙ୍ଗର ଏକ ଚିଡ଼ିଆଖାନାକୁ ପଠାଯାଇଥିଲା | ତେବେ ସେମାନଙ୍କ ଏଭଳି ନାମକରଣ ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କଲିକତା ହାଇକୋର୍ଟରେ ଅଭିଯୋଗ ଦାଖଲ କରିଥିଲା । ଏଭଳି ନାମକରଣ (ଆକବର ଓ ସୀତା) ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଥିଲା ଭିଏଚପି। ଏଥିସହ ସେମାନଙ୍କ ନାମ ପରିବର୍ତ୍ତନ କରିବାକୁ ଦାବି କରିଥିଲା।

ସିଂହ ଏବଂ ସିଂହୀର ନାଁ ବଦଳାଇବାକୁ ବଙ୍ଗଳା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ମୌଖିକ ନିର୍ଦ୍ଦେଶ ଦେବାବେଳେ କୋର୍ଟ ଏପରି ନାମକରଣ କରି ବିବାଦ କାହିଁକି ସୃଷ୍ଟି କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ତ୍ରିପୁରା ବନବିଭାଗ ସଚିବ ଅବିନାଶ କାନଫଡେ କହିଛନ୍ତି, ଏହି ମାମଲାରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ପ୍ରବୀଣ ଏଲ ଅଗରୱାଲ ଅଗ୍ରୱାଲଙ୍କୁ ନିଲମ୍ବିତ କରାଯାଇଛି।

#Odia#Odisha#News
Share Article:

Related Articles