ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସନ୍ଦେଶଖାଲି ମାମଲା: ଗିରଫ ହେବେ ଟିଏମସି ନେତା ଶାହଜାହାନ ଶେଖ୍

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଯୌନ ଉତ୍ପୀଡ଼ନ ଓ ଜମି ହଡ଼ପ ଅଭିଯୋଗରେ ତୃଣମୂଳ କଂଗ୍ରେସ ନେତା ଶାହଜାହାନ ଶେଖଙ୍କୁ ୭ ଦିନ ମଧ୍ୟରେ ଗିରଫ କରାଯିବ। ଦଳର ବରିଷ୍ଠ ନେତା କୁନାଲ ଘୋଷ ଏହା କହିଛନ୍ତି । ତାଙ୍କ ଦଳ ଅପରାଧୀଙ୍କୁ ସମର୍ଥନ କରୁନାହିଁ ବୋଲି ମଧ୍ୟ ଘୋଷ ଜୋର୍ ଦେଇ କହିଛନ୍ତି। ଶାହଜାହାନଙ୍କ ଗିରଫ ଉପରେ କୌଣସି ସ୍ଥଗିତାଦେଶ ଜାରି କରାଯାଇ ନାହିଁ ବୋଲି କଲିକତା ହାଇକୋର୍ଟ ସ୍ପଷ୍ଟ କରିବା ପରେ ଟିଏମସି ନେତାଙ୍କ ଏହି [...]

Admin•ଫେବୃଆରୀ 27, 2024
Share Article:

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଯୌନ ଉତ୍ପୀଡ଼ନ ଓ ଜମି ହଡ଼ପ ଅଭିଯୋଗରେ ତୃଣମୂଳ କଂଗ୍ରେସ ନେତା ଶାହଜାହାନ ଶେଖଙ୍କୁ ୭ ଦିନ ମଧ୍ୟରେ ଗିରଫ କରାଯିବ। ଦଳର ବରିଷ୍ଠ ନେତା କୁନାଲ ଘୋଷ ଏହା କହିଛନ୍ତି । ତାଙ୍କ ଦଳ ଅପରାଧୀଙ୍କୁ ସମର୍ଥନ କରୁନାହିଁ ବୋଲି ମଧ୍ୟ ଘୋଷ ଜୋର୍ ଦେଇ କହିଛନ୍ତି।

ଶାହଜାହାନଙ୍କ ଗିରଫ ଉପରେ କୌଣସି ସ୍ଥଗିତାଦେଶ ଜାରି କରାଯାଇ ନାହିଁ ବୋଲି କଲିକତା ହାଇକୋର୍ଟ ସ୍ପଷ୍ଟ କରିବା ପରେ ଟିଏମସି ନେତାଙ୍କ ଏହି ବୟାନ ଆସିଛି।

ଆଇନଗତ ଜଟିଳତା ଓ ପୋଲିସ ଦ୍ୱାରା ରୁଜୁ ଏଫ୍ଆଇଆର୍ ଉପରେ ରୋକ୍ ଲାଗିଥିବାରୁ ଶାହଜାହାନଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ରବିବାର ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଦାବି କରିଥିଲେ ।

ଘୋଷ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିରୋଧୀଙ୍କୁ କୋର୍ଟଙ୍କ ଆଦେଶକୁ ରାଜନୀତିକରଣ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଆଇନଗତ ଜଟିଳତା ଯୋଗୁଁ ରାଜ୍ୟ ପୋଲିସ ଶାହଜାହାନଙ୍କୁ ଗିରଫ କରିପାରୁ ନଥିଲା। ଏବେ କୋର୍ଟ ସବୁକିଛି ସ୍ପଷ୍ଟ କରିଛନ୍ତି, ଶାହଜାହାନଙ୍କୁ ଶୀଘ୍ର ଗିରଫ କରାଯିବ। ଆମେ ହାଇକୋର୍ଟଙ୍କୁ ଧନ୍ୟବାଦ ଦେଉଛୁ। ଆରମ୍ଭରୁ ଆମେ ଏହା କହି ଆସୁଛୁ | ଇଡି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ହିଁ ଆମ ଦ୍ୱାରା ରୁଜୁ ମାମଲାକୁ ବନ୍ଦ କରିଦେଇଥିଲା।

ସନ୍ଦେଶଖାଲିରେ ମହିଳାଙ୍କ ଯୌନ ନିର୍ଯାତନା ଓ ଆଦିବାସୀଙ୍କ ଜମି ହଡ଼ପ ମାମଲାରେ ଶାହାଜାହାନ, ଇଡି, ସିବିଆଇ ଏବଂ ରାଜ୍ୟ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାସନ ଦୁର୍ନୀତି ମାମଲାରେ ଜାନୁଆରୀ ୫ରେ ସନ୍ଦେଶଖାଲି ସ୍ଥିତ ଶାହଜାହାନ ଶେଖଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଇଡି ଟିମ୍ ଉପରେ ଏହି ଟିଏମସି ନେତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ତା’ପରଠୁ ଶେଖ୍ ଫେରାର ଅଛନ୍ତି। ଶାହଜାହାନ ଶେଖ୍ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଜମି ହଡ଼ପ ଏବଂ ଯୌନ ନିର୍ଯାତନା ଅଭିଯୋଗ ନେଇ ସନ୍ଦେଶଖାଲିରେ ସ୍ଥାନୀୟ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ଶାହାଜାହାନଙ୍କ ସହଯୋଗୀ ଓ କିଛି ଟିଏମସି ନେତାଙ୍କ ଘରେ ଭଙ୍ଗାରୁଜା କରିଛନ୍ତିି ଉତ୍ତ୍ୟକ୍ତ ଲୋକେ ।

ସନ୍ଦେଶଖାଲିକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଶାହାଜାହାନ ଶେଖଙ୍କୁ ଟିଏମସି ଘଣ୍ଟ ଘୋଡାଉଛି ବୋଲି ଅଭିଯୋଗ କରିଛି ବିଜେପି ।

କୋଲକାତା ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସୁନ୍ଦରବନ୍ ସୀମାରେ ଅବସ୍ଥିତ ସନ୍ଦେଶଖାଲିରେ ଫେରାର ଟିଏମସି ନେତା ଶାହାଜାହାନ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଗତ ଏକ ମାସରୁ ଅଧିକ ସମୟ ଧରି ବିରୋଧ ପ୍ରଦର୍ଶନ ଜାରି ରହିଛି।

#Odia#Odisha#News
Share Article:

Related Articles