ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରନୱେରେ ବସି ଯାତ୍ରୀ ଖାଇବା ଘଟଣା, ଇଣ୍ଡିଗୋ ଉପରେ ୧.୨୦ କୋଟି ଜୋରିମାନା

ନୂଆଦିଲ୍ଲୀ: ମୁମ୍ବାଇ ବିମାନ ବନ୍ଦରର ରନୱେରେ ବସି ଯାତ୍ରୀମାନେ ଖାଉଥିବା ଭିଡିଓ ଭାଇରାଲ ହେବା ପରେ ବିମାନସେବା କମ୍ପାନୀ ଇଣ୍ଡିଗୋ ଏବଂ ମୁମ୍ବାଇ ବିମାନବନ୍ଦର ଉପରେ ଜୋରିମାନା ଲାଗିଛି । ବିମାନ ଚଳାଚଳ ନିୟାମକ ‘ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି’ (ବିସିଏସ୍) ଇଣ୍ଡିଗୋ ଉପରେ ୧.୨୦ କୋଟି ଟଙ୍କା ଜରିମାନା ଲଗାଇଛି। ମୁମ୍ବାଇ ବିମାନ ବନ୍ଦରକୁ ପରିଚାଳନା କରୁଥିବା ଏମ୍ଆଇଏଲ୍ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା ହୋଇଛି। ସେଥିମଧ୍ୟରୁ ବିସିଏସ୍ ୬୦ ଲକ୍ଷ ଏବଂ [...]

Admin•ଜାନୁଆରୀ 18, 2024
Share Article:
ନୂଆଦିଲ୍ଲୀ: ମୁମ୍ବାଇ ବିମାନ ବନ୍ଦରର ରନୱେରେ ବସି ଯାତ୍ରୀମାନେ ଖାଉଥିବା ଭିଡିଓ ଭାଇରାଲ ହେବା ପରେ ବିମାନସେବା କମ୍ପାନୀ ଇଣ୍ଡିଗୋ ଏବଂ ମୁମ୍ବାଇ ବିମାନବନ୍ଦର ଉପରେ ଜୋରିମାନା ଲାଗିଛି ।
ବିମାନ ଚଳାଚଳ ନିୟାମକ ‘ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି’ (ବିସିଏସ୍) ଇଣ୍ଡିଗୋ ଉପରେ ୧.୨୦ କୋଟି ଟଙ୍କା ଜରିମାନା ଲଗାଇଛି।
ମୁମ୍ବାଇ ବିମାନ ବନ୍ଦରକୁ ପରିଚାଳନା କରୁଥିବା ଏମ୍ଆଇଏଲ୍ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା ହୋଇଛି। ସେଥିମଧ୍ୟରୁ ବିସିଏସ୍ ୬୦ ଲକ୍ଷ ଏବଂ ଡିଜିସିଏ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି।
ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍ ଏକ ଭିଡିଓ କ୍ଲିପରେ କିଛି ଯାତ୍ରୀ ବିମାନ ୧୨ ଘଣ୍ଟା ବିଳମ୍ବ ହେବାରୁ ରନୱେରେ ବସି ଖାଉଥିବା ଦେଖିବାକୁ ମିଳିଥିଲା ।
ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତ୍ରଣାଳୟର ସମସ୍ତ ଅଧିକାରୀଙ୍କ ସହ ରାତି ଅଧିଆ ବୈଠକ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ମଙ୍ଗଳବାର ଇଣ୍ଡିଗୋ ଏବଂ ମୁମ୍ବାଇ ବିମାନ ବନ୍ଦରକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନିର୍ସଦ୍ଧାରିତ ମୟ ମଧ୍ୟରେ ଉତ୍ତର ନ ଦେଲେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଚେତାବନୀ ଦିଆଯାଇଥିଲା ।
ଗତ ରବିବାର ଗୋଆ-ଦିଲ୍ଲୀ ବିମାନରେ ବିଳମ୍ବ ହେବା ପରେ ଏହାକୁ ମୁମ୍ବାଇ ବିମାନ ବନ୍ଦରକୁ ପଠାଯାଇଥିଲା। କିନ୍ତୁ ଅନେକ ଯାତ୍ରୀ ବିମାନରୁ ଓହ୍ଲାଇ ରନୱେରେ ବସି ନିଜ ଖାଦ୍ୟ ଖାଇଥିଲେ।
ରବିବାର ଦିନ ଏହି ବିମାନ ଗୋଆରୁ ଉଡ଼ାଣ ଭରିଥିଲା, କିନ୍ତୁ ଘନ କୁହୁଡି ଯୋଗୁଁ ଦିଲ୍ଲୀରେ ଅବତରଣ କରିପାରି ନଥିଲା। ତେଣୁ ବିମାନକୁ ମୁମ୍ବାଇକୁ ପଠାଇ ଦିଆଯାଇଥିଲା।
#Odia#Odisha#News
Share Article:

Related Articles