ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବୌଦ୍ଧ ଜଙ୍ଗଲରେ ନକ୍ସଲ ଶିବିର ଧ୍ୱସ୍ତ କଲେ ସୁରକ୍ଷାକର୍ମୀ, ବିପୁଳ ବିସ୍ଫୋରକ ଜବତ

ବୌଦ୍ଧ- ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କମ୍ବିଂ ଅପରେସନ ବେଳେ ବୌଦ୍ଧ ବୁଢ଼ାଖୋଲ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ କରି ଧ୍ୱଂସ କରିଛନ୍ତି ଏସଓଜି ଯବାନ। ନକ୍ସଲ କ୍ୟାମ୍ପରୁ ଆଇଡି, ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ । ବୁଢ଼ାଖୋଲ ଓ ମାତାକୁପା ଜଙ୍ଗଲରେ ନକ୍ସଲମାନଙ୍କ କ୍ୟାମ୍ପ ଥିବା ସୂଚନା ମିଳିବା ପରେ ଏସଓଜି ଯବାନମାନେ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି [...]

Admin•ଜାନୁଆରୀ 18, 2024
Share Article:

ବୌଦ୍ଧ- ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କମ୍ବିଂ ଅପରେସନ ବେଳେ ବୌଦ୍ଧ ବୁଢ଼ାଖୋଲ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ କରି ଧ୍ୱଂସ କରିଛନ୍ତି ଏସଓଜି ଯବାନ। ନକ୍ସଲ କ୍ୟାମ୍ପରୁ ଆଇଡି, ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ବୁଢ଼ାଖୋଲ ଓ ମାତାକୁପା ଜଙ୍ଗଲରେ ନକ୍ସଲମାନଙ୍କ କ୍ୟାମ୍ପ ଥିବା ସୂଚନା ମିଳିବା ପରେ ଏସଓଜି ଯବାନମାନେ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ମାଡ କରିଥିଲେ। ଯବାନମାନଙ୍କ ପାଲଟା ଗୁଳି ଚାଳନାରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।

#Odia#Odisha#News
Share Article:

Related Articles