ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିଜେପି କ୍ଷମତାକୁ ଫେରିଲେ ଗ୍ୟାସ ସିଲିଣ୍ଡର ୨୦୦୦ ଟଙ୍କା ହୋଇଯିବ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ‌ ଗୁଡ଼ିକ ମଧ୍ୟରେ ବୟାନବାଜି ତୀବ୍ର ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଝାଡ଼ଗ୍ରାମ ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଟିଏମସି ସୁପ୍ରିମୋ କହିଛନ୍ତି, ଯଦି କେନ୍ଦ୍ରରେ ପୁଣି ବିଜେପି ସରକାର ଆସେ ତେବେ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବଢ଼ିଯିବ । ବିଜେପି ସରକାର ଏଲପିଜି ସିଲିଣ୍ଡର ଦର ବଢ଼ାଇ ୨୦୦୦ କରିଦେବେ । ଫଳରେ ଆମକୁ [...]

Admin•ମାର୍ଚ୍ଚ 1, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ‌ ଗୁଡ଼ିକ ମଧ୍ୟରେ ବୟାନବାଜି ତୀବ୍ର ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଝାଡ଼ଗ୍ରାମ ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଟିଏମସି ସୁପ୍ରିମୋ କହିଛନ୍ତି, ଯଦି କେନ୍ଦ୍ରରେ ପୁଣି ବିଜେପି ସରକାର ଆସେ ତେବେ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବଢ଼ିଯିବ । ବିଜେପି ସରକାର ଏଲପିଜି ସିଲିଣ୍ଡର ଦର ବଢ଼ାଇ ୨୦୦୦ କରିଦେବେ । ଫଳରେ ଆମକୁ ପୁଣି କାଠ ଚୁଲି ଭଳି ପୁରୁଣାକାଳିଆ ଉପାୟ ଆପଣାଇବାକୁ ପଡ଼ିବ।

ଏହାଛଡ଼ା ମମତା ଏପ୍ରିଲ ଶେଷ ସୁଦ୍ଧା ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର ସରକାରଙ୍କୁ ଅଲ୍ଟିମେଟମ୍ ଦେଇଛନ୍ତି। ଏପରି ନହେଲେ ଟିଏମସି ସରକାର ମେ ମାସରୁ ନିଜେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ସେ କହିଛନ୍ତିି। ହିତାଧିକାରୀଙ୍କ ପାଇଁ ଘର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର ସରକାରଙ୍କ ପାଇଁ ମମତା ବାନାର୍ଜୀ ଏପ୍ରିଲ ୧ ତାରିଖ ଯାଏଁ ସମୟ ଦେଇଛନ୍ତି।

#Odia#Odisha#News
Share Article:

Related Articles