ନିଜର ଶିକ୍ଷା ସମାଜର ବିକାଶ ଦିଗରେ ବିନିଯୋଗ କରନ୍ତୁ ବିଦ୍ୟାର୍ଥୀ: ରାଷ୍ଟ୍ରପତି
ବ୍ରହ୍ମପୁର: କେବଳ ନିଜ ପାଇଁ ଜୀଇଁବା କଣ ଜୀବନ ଅଟେ କି। ପର ଉପକାରରେ ଯଦି ନିଜ ଜୀବନ ନ ଲାଗିଲା ତେବେ ସେ ମନୁଷ୍ୟ ଇତର ପ୍ରାଣୀ ସହ ସମାନ। ଜ୍ଞାନ ଅର୍ଜନର କୌଣସି ଅନ୍ତ ନାହିଁ। ତେବେ ସେ ଶିକ୍ଷା ଓ ଜ୍ଞାନ ଅନ୍ୟ ପାଇଁ ଉପଯୋଗ କରିବାକୁ ହେବ। ସମାଜର ବିକାଶ ଦିଗରେ ବିଦ୍ୟାର୍ଥୀ ନିଜର ଶିକ୍ଷା ବିନିଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର [...]
ବ୍ରହ୍ମପୁର: କେବଳ ନିଜ ପାଇଁ ଜୀଇଁବା କଣ ଜୀବନ ଅଟେ କି। ପର ଉପକାରରେ ଯଦି ନିଜ ଜୀବନ ନ ଲାଗିଲା ତେବେ ସେ ମନୁଷ୍ୟ ଇତର ପ୍ରାଣୀ ସହ ସମାନ। ଜ୍ଞାନ ଅର୍ଜନର କୌଣସି ଅନ୍ତ ନାହିଁ। ତେବେ ସେ ଶିକ୍ଷା ଓ ଜ୍ଞାନ ଅନ୍ୟ ପାଇଁ ଉପଯୋଗ କରିବାକୁ ହେବ। ସମାଜର ବିକାଶ ଦିଗରେ ବିଦ୍ୟାର୍ଥୀ ନିଜର ଶିକ୍ଷା ବିନିଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଥିଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିଶ୍ବବିଦ୍ୟାଳୟର ସଫଳତା ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଦେଶରେ ଏବେ ମହିଳା ସଶକ୍ତିକରଣର ଧାରା ପ୍ରବାହିତ ହେଉଛି। ମହିଳା ବିକାଶ ନୁହେଁ ବରଂ ମହିଳାଙ୍କ ନେତୃତ୍ୱରେ ବିକାଶ ପରିଲକ୍ଷିତ ହେଉଛି। ଦକ୍ଷିଣ ଓଡ଼ିଶା ପାରିବାରିକ କ୍ଷେତ୍ରରେ ମଧ୍ୟ ନାରୀ ନେତୃତ୍ୱ ତଥା ନାରୀଙ୍କୁ ସମ୍ମାନର ନଜିର ଦେଇ ଆସିଛି। ସାରା ଜୀବନ ଆମେ ଅଧ୍ୟୟନରତ ରହି ଜ୍ଞାନ ଅର୍ଜନ ସହ ଜୀବନସାରା ସମାଜ କଲ୍ୟାଣରେ ତାହାର ଉପଯୋଗ କରିବାର ଆବଶ୍ୟକତା ରହିଛି।

କୁଳାଧିପତି ଶ୍ରୀ ଦାସ କହିଥିଲେ ଯେ ଜୀବନ ନିରନ୍ତର ଶିକ୍ଷାର ପ୍ରକ୍ରିୟା ଅଟେ। ଗବେଷଣା ପାଇଁ ଆମେ ସର୍ବଦା ଆଗ୍ରହୀ ରହିବାକୁ ହେବ। ଏବେ ବିଶ୍ବର ଯେଉଁ ସ୍ଥାନକୁ ଗଲେ ବି ଭାରତୀୟ କମ୍ପ୍ୟୁଟର ପ୍ରଫେସନାଲ୍ ସେଠି ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାର ଦେଖିବାକୁ ମିଳୁଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଉଚ୍ଚଶିକ୍ଷାର ବିକାଶର ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟରେ ବିଶ୍ବବିଦ୍ୟାଳୟ ଏବେ ୪ରୁ ୧୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୩ ଲକ୍ଷରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ନୂଆ-ଓ ଛାତ୍ରବୃତ୍ତି ପାଇଛନ୍ତି। ଉଚ୍ଚଶିକ୍ଷା ପାଇଁ ଆଉ ଅର୍ଥାଭାବ ନାଁ କୌଣସି ଅନୁଷ୍ଠାନ ନାଁ କୌଣସି ଛାତ୍ରଛାତ୍ରୀଙ୍କ ପାଇଁ ବାଧକ ହୋଇରହିନି ବୋଲି କହିଥିଲେ ସେ।
ସମାବର୍ତ୍ତନ ଉତ୍ସବରେ ଜଣକୁ ଡି.ଏସସି, ୩ ଜଣଙ୍କୁ ଡି.ଲିଟ୍, ୪୩ ଜଣଙ୍କୁ ପିଏଚଡି ଉପାଧି ଓ ୩୫ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି।
CM Naveen Orders Hike In Daily And Retainer Fees of Non-Cadre Law Officers By 50 Percent
Next Articleବିଜେପି କ୍ଷମତାକୁ ଫେରିଲେ ଗ୍ୟାସ ସିଲିଣ୍ଡର ୨୦୦୦ ଟଙ୍କା ହୋଇଯିବ: ମମତା ବାନାର୍ଜୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
