କଂଗ୍ରେସ ଛାଡ଼ିଲେ ମିଲିନ୍ଦ ଦେଓରା, ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗଦେବା ନେଇ ଚର୍ଚ୍ଚା
ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଦେଓରା ରବିବାର ସକାଳେ କଂଗ୍ରେସରୁ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ‘ଆଜି ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଶେଷ ହୋଇଯାଇଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା [...]
ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।
ଦେଓରା ରବିବାର ସକାଳେ କଂଗ୍ରେସରୁ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ‘ଆଜି ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଶେଷ ହୋଇଯାଇଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ପାର୍ଟି ସହିତ ମୋ ପରିବାରର ୫୫ ବର୍ଷର ସମ୍ପର୍କ ଶେଷ ହୋଇଛି। ବର୍ଷ ବର୍ଷ ଧରି ନିରନ୍ତର ସମର୍ଥନ ପାଇଁ ମୁଁ ସମସ୍ତ ନେତା, ସହକର୍ମୀ ଏବଂ କର୍ମୀମାନଙ୍କ ନିକଟରେ କୃତଜ୍ଞ |”
ମିଲିନ୍ଦ ଦେଓରା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୂରଲୀ ଦେଓରାଙ୍କ ପୁଅ। ମିଲିନ୍ଦ ଦକ୍ଷିଣ ମୁମ୍ବାଇରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। ତେବେ ଏଥର ଏହି ଆସନ ‘ଇଣ୍ଡିଆ’ ସହଯୋଗୀ ଦଳ ଶିବସେନା (ଉଦ୍ଧବ ଗୋଷ୍ଠୀ) କୁ ଦିଆଯିବ ବୋଲି କଳ୍ପନାଜଳ୍ପନା ମଧ୍ୟରେ ମିଲିନ୍ଦ ଦେଓରା ଏହି ନିଷ୍ପତ୍ତି ନେଇଛନ୍ତି ।
ମିଲିନ୍ଦ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ସେ ‘ଗୁଜବ’ ବୋଲି କହିଛନ୍ତି। କିନ୍ତୁ ଶନିବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ସେ ତାଙ୍କ ସମର୍ଥକଙ୍କ ସହ ଆଲୋଚନା କରୁଛନ୍ତି।
ମିଲିନ୍ଦ ଦେଓରାଙ୍କ ଯେଉଁ ଦକ୍ଷିଣ ମୁମ୍ବାଇ ଆସନରୁ ଲଢ଼ିବାକୁ ଚାହୁଁଛନ୍ତି ସେଠି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଲଢ଼ିବାକୁ ଦାବି ଉପସ୍ଥାପନ କରିଥିଲା । ଦେଓରା ଏନେଇ ଅସନ୍ତୋଷ ଥିଲେ। ଆସନ ଭାଗବଣ୍ଟା ନେଇ ଆଲୋଚନା ଶେଷ ହୋଇନଥିବାରୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏଭଳି ଦାବି କରିବା ଠିକ୍ ନୁହେଁ ବୋଲି କହିଥିଲେ ଦେଓରା ।
ମିଲିନ୍ଦ ଦେଓରା ୨୦୦୪ ଏବଂ ୨୦୦୯ ରେ ମୁମ୍ବାଇ ଦକ୍ଷିଣ ଲୋକସଭା ଆସନରୁ ଜିତିଥିଲେ। ହେଲେ ସେ ଏଠି ୨୦୧୪ ଓ ୨୦୧୯ ନିର୍ବାଚନରେ ହାରିଯାଇଥିଲେ ।
ଆଜିଠୁ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା, ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ମଣିପୁରରୁ ହେବ ଆରମ୍ଭ
Next Article5T & Nabin Odisha Chairman Kartik Pandian Visits Puri, Inspects Parikrama Prakalpa Works
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
