ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜିଠୁ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା, ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ମଣିପୁରରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆଜିଠାରୁ ଆରମ୍ଭ ହେଉଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ୧୫ଟି ରାଜ୍ୟ ଦେଇ ୬୭୦୦ କିଲୋମିଟର ଦୂରତା ଅତିକ୍ରମ କରିବ। କଂଗ୍ରେସ ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବ । ଏହି ଯାତ୍ରା ସହ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ କଂଗ୍ରେସ । କଂଗ୍ରେସର ଏହି ଯାତ୍ରା ରବିବାର ମଣିପୁରର ଥୋବାଲ ଜିଲ୍ଲାର [...]

Admin•ଜାନୁଆରୀ 14, 2024
Share Article:

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆଜିଠାରୁ ଆରମ୍ଭ ହେଉଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ୧୫ଟି ରାଜ୍ୟ ଦେଇ ୬୭୦୦ କିଲୋମିଟର ଦୂରତା ଅତିକ୍ରମ କରିବ। କଂଗ୍ରେସ ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବ । ଏହି ଯାତ୍ରା ସହ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ କଂଗ୍ରେସ ।

କଂଗ୍ରେସର ଏହି ଯାତ୍ରା ରବିବାର ମଣିପୁରର ଥୋବାଲ ଜିଲ୍ଲାର ଖାଙ୍ଗଜୋମରୁ ଆରମ୍ଭ ହେବ। ଖାଙ୍ଗଜୋମ ଏକ ଯୁଦ୍ଧ ସ୍ମାରକ ଏବଂ ଏହାର ଐତିହାସିକ ମହତ୍ତ୍ୱ ରହିଛି | ୨୦୧୬ରେ ଦେଶର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଖଙ୍ଗଜୋମ ସ୍ମାରକର ଉଦଘାଟିତ ହୋଇଥିଲା।

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଯାତ୍ରା ଗୁରୁତ୍ଵ ବହନ କରୁଛି। କାରଣ ଏହି ଯାତ୍ରା ୧୧୦ଟି ଜିଲ୍ଲାର ୧୦୦ ଲୋକସଭା ଆସନ ଏବଂ ୩୩୭ ବିଧାନସଭା ଆସନ ଦେଇ ଅତିକ୍ରମ କରିବ। ମଣିପୁର, ନାଗାଲାଣ୍ଡ, ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତର ପ୍ରଦେଶ, ଗୁଜରାଟ ଭଳି ରାଜ୍ୟ ଦେଇ ଯିବ ଏହି ଯାତ୍ରା ।

‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଯାତ୍ରାର ଉଦ୍ଦେଶ୍ୟ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା । ତେଣୁ ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ନିଜେ ପ୍ରତିଦିନ ଦୁଇଟି ସାଧାରଣ ସଭା କରିବେ ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବେ | ଭାରତ ଯୋଡ଼ୋ ଯାତ୍ରା ପରି ଏହି ଯାତ୍ରାକୁ ଅନ୍ୟ ବିରୋଧୀ ଦଳଙ୍କ ସମର୍ଥନ ମିଳିବ ବୋଲି କଂଗ୍ରେସ ଆଶା ରଖିଛି । କଂଗ୍ରେସର ଏହି ୬୬ ଦିନ ବ୍ୟାପି ଯାତ୍ରା ମୁମ୍ବାଇରେ ଶେଷ ହେବ ।

#Odia#Odisha#News
Share Article:

Related Articles