ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବେଙ୍ଗାଲୁରୁ କାଫେ ବିସ୍ଫୋରଣ: ଅଭିଯୁକ୍ତ ସମ୍ପର୍କରେ ସୂଚନା ପାଇଁ ୧୦ ଲକ୍ଷ ପୁରସ୍କାର ଘୋଷଣା କଲା ଏନ୍ଆଇଏ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରାମେଶ୍ଵରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ପୁରସ୍କାର ଘୋଷଣା କରିଛି ଏନ୍ଆଇଏ । ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କହିଛି ଏନ୍ଆଇଏ । ଗତ ଶୁକ୍ରବାର ଅପରାହ୍ନରେ ରମେଶ୍ୱରମ୍ କାଫେରେ କମ୍ ତୀବ୍ରତାର ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୯ ଜଣ ଆହତ ହୋଇଥିଲେ। NIA announces cash reward of 10 lakh rupees for [...]

Admin•ମାର୍ଚ୍ଚ 6, 2024
Share Article:

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରାମେଶ୍ଵରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ପୁରସ୍କାର ଘୋଷଣା କରିଛି ଏନ୍ଆଇଏ । ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କହିଛି ଏନ୍ଆଇଏ ।

ଗତ ଶୁକ୍ରବାର ଅପରାହ୍ନରେ ରମେଶ୍ୱରମ୍ କାଫେରେ କମ୍ ତୀବ୍ରତାର ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୯ ଜଣ ଆହତ ହୋଇଥିଲେ।

ଏନଆଇଏ ଜଣେ ସନ୍ଦିଗ୍ଧ ଅଭିଯୁକ୍ତର ଫଟୋ ମଧ୍ୟ ଜାରି କରିଛି। ଏନଆଇଏ କହିଛି, ଏହି ସନ୍ଦିଗ୍ଧ ଅଭିଯୁକ୍ତ ସମ୍ପର୍କରେ ସୂଚନା ପ୍ରଦାନକାରୀ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ।

ରମେଶ୍ୱରାମ କାଫେରେ ପାଞ୍ଚ ସେକେଣ୍ଡର ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହୋଇଥିଲା। ବେଙ୍ଗାଲୁରୁ ପୋଲିସ ୟୁଏପିଏ ଆଇନ ଓ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରିଥିଲା। ପରେ ଏହି ଘଟଣାର ତଦନ୍ତକୁ ଏନ୍ଆଇଏକୁ ହସ୍ତାନ୍ତର କରାଯାଇଥିଲା ।

#Odia#Odisha#News
Share Article:

Related Articles