ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ତାରାତାରିଣୀ ମନ୍ଦିରରେ ବିଦେଶିନୀ ପର୍ଯ୍ୟଟକ

ଛତ୍ରପୁର: ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନର ବ୍ୟାପକ ରୂପାନ୍ତରୀକରଣ କରାଯାଇଛି। ଫଳରେ ସେସବୁ କେବଳ ସାଧାରଣ ଭକ୍ତ ନୁହେଁ ବରଂ ଦେଶବିଦେଶର ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରୁଛି। ଆଧ୍ୟାତ୍ମିକ ପର୍ଯ୍ୟଟନର ନୂଆ ସୁଯୋଗ ଖୋଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି ରୂପାନ୍ତରୀକରଣ ପ୍ରକ୍ରିୟା। ଗଞ୍ଜାମ ଜିଲ୍ଲାର ଅନେକ ପ୍ରସିଦ୍ଧ ମନ୍ଦିର ମଧ୍ୟ ଏହି କାରଣରୁ ନବକଳେବର ହେଉଛି। ଆଉ ତାହା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ସେହିକ୍ରମରେ [...]

Admin•ମାର୍ଚ୍ଚ 6, 2024
Share Article:

ଛତ୍ରପୁର: ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନର ବ୍ୟାପକ ରୂପାନ୍ତରୀକରଣ କରାଯାଇଛି। ଫଳରେ ସେସବୁ କେବଳ ସାଧାରଣ ଭକ୍ତ ନୁହେଁ ବରଂ ଦେଶବିଦେଶର ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରୁଛି। ଆଧ୍ୟାତ୍ମିକ ପର୍ଯ୍ୟଟନର ନୂଆ ସୁଯୋଗ ଖୋଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି ରୂପାନ୍ତରୀକରଣ ପ୍ରକ୍ରିୟା। ଗଞ୍ଜାମ ଜିଲ୍ଲାର ଅନେକ ପ୍ରସିଦ୍ଧ ମନ୍ଦିର ମଧ୍ୟ ଏହି କାରଣରୁ ନବକଳେବର ହେଉଛି। ଆଉ ତାହା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।

ସେହିକ୍ରମରେ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କୁ ଦର୍ଶନ କରିବାକୁ ପ୍ରାୟ ୧୪ ଜଣ ବିଦେଶୀ ମହିଳା ପର୍ଯ୍ୟଟକ ଆସିଥିଲେ। ଏମାନେ ସମସ୍ତେ ସୁଦୂର ଋଷରୁ ଭାରତ ଭ୍ରମଣରେ ଆସିଛନ୍ତି ଆଉ ପୂଣ୍ୟ ଭୂମି ଓଡ଼ିଶାର ବିଭିନ୍ନ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ବୁଲି ଦେଖୁଛନ୍ତି। ସେମାନଙ୍କ ପରିଦର୍ଶନ ତାଲିକାରେ ରହିଛି ଭାରତର ୫୧ଟି ଶକ୍ତି ପୀଠ। ପୂର୍ବରୁ ଯାଜପୁର ଜିଲ୍ଲାର ମା’ ବିରଜା ମନ୍ଦିର ବୁଲିଥିବା ବେଳେ ଏବେ ମା’ ତାରାତାରିଣୀ ପୀଠରେ ପହଞ୍ଚିଥିଲେ। ଦେବୀଙ୍କ ଦର୍ଶନ ସହ ଆଶୀର୍ବାଦ ଗ୍ରହଣ କରିଛନ୍ତି ।

ମା’ ତାରାତାରିଣୀଙ୍କ ଦର୍ଶନ ସହ ପାହାଡ଼ ଉପରେ ବିଜେ ଏହି ପୀଠର ନବକଳେବର ରୂପ, ଚତୁଃପାର୍ଶ୍ଵର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ଥିବା କହିଛନ୍ତି। ଜାତୀୟ ଟୁରିଷ୍ଟ ଗାଇଡ୍ ଲଳିତ ମୋହନ ପଣ୍ଡା ପୀଠ ବାବଦରେ ବର୍ଣ୍ଣନା କରିଥିଲେ। ଏହାପରେ ଋଷୀୟ ମହିଳା ଭକ୍ତ ତଥା ପର୍ଯ୍ୟଟକମାନେ ଭୁବନେଶ୍ବର ଫେରି ଯାଇଥିଲେ।

#Odia#Odisha#News
Share Article:

Related Articles