ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଟ୍ରାଫିକ ଇନ୍ସପେକ୍ଟରଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା

ତାଳଚେର – ତାଳଚେର ଟ୍ରାଫିକ ଇନ୍ସପେକ୍ଟରଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା। ଭିଜିଲାନ୍ସ ଚଢ଼ାଉ ବେଳେ ତାଳଚେର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରାଙ୍କଠାରୁ ଠାବ ହୋଇଛି ନଗଦ ୨୪ ଲକ୍ଷ ଟଙ୍କା। ଜିତେନ୍ଦ୍ର ବେଆଇନ ଭାବେ ନଗଦ ଟଙ୍କା ରଖିଥିବା ଅଭିଯୋଗ ପରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ତାଙ୍କ ଗାଡିରୁ ନଗଦ ୧୧ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କର ୨ଟି ଘରେ ଯାଞ୍ଚ କରି ଯଥାକ୍ରମେ ୩ ଲକ୍ଷ ଓ ୧୦ ଲକ୍ଷ ଟଙ୍କା [...]

Admin•ଜାନୁଆରୀ 12, 2024
Share Article:

ତାଳଚେର – ତାଳଚେର ଟ୍ରାଫିକ ଇନ୍ସପେକ୍ଟରଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା। ଭିଜିଲାନ୍ସ ଚଢ଼ାଉ ବେଳେ ତାଳଚେର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରାଙ୍କଠାରୁ ଠାବ ହୋଇଛି ନଗଦ ୨୪ ଲକ୍ଷ ଟଙ୍କା। ଜିତେନ୍ଦ୍ର ବେଆଇନ ଭାବେ ନଗଦ ଟଙ୍କା ରଖିଥିବା ଅଭିଯୋଗ ପରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ତାଙ୍କ ଗାଡିରୁ ନଗଦ ୧୧ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କର ୨ଟି ଘରେ ଯାଞ୍ଚ କରି ଯଥାକ୍ରମେ ୩ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଜିତେନ୍ଦ୍ରଙ୍କ ପାଖରେ ଏତେ ଟଙ୍କା କୁଆଡୁ ଆସିଲା, ତାହାର ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାଁନ୍ତି।

#Odia#Odisha#News
Share Article:

Related Articles