ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତ ନୂଆ ଆଇନ ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ନୂଆ ଆଇନ ସମ୍ପର୍କରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ରକୁ ନୋଟିସ୍ ଜାରି କରି ଜବାବ ଲୋଡିଛନ୍ତି । ତେବେ ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହି ଆଇନରେ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରୁଥିବା ଚୟନ ପ୍ୟାନେଲରୁ ଦେଶର ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି । ଏପ୍ରିଲରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ସଞ୍ଜୀବ [...]

Admin•ଜାନୁଆରୀ 12, 2024
Share Article:

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ନୂଆ ଆଇନ ସମ୍ପର୍କରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ରକୁ ନୋଟିସ୍ ଜାରି କରି ଜବାବ ଲୋଡିଛନ୍ତି । ତେବେ ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହି ଆଇନରେ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରୁଥିବା ଚୟନ ପ୍ୟାନେଲରୁ ଦେଶର ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି । ଏପ୍ରିଲରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଏହି ନୂଆ ଆଇନର ବୈଧତାର ତର୍ଜମା କରିବାକୁ ରାଜି ହୋଇଛନ୍ତି । ଏଥିସହ ଖଣ୍ଡପୀଠ ଏହି ଆଇନକୁ ଚ୍ୟାଲେଞ୍ଜ କରି ଦାୟର ଏକାଧିକ ପିଟିସନ ଉପରେ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତିି ।

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ଚୟନ କରିବାକୁ କ୍ଷମତାପ୍ରାପ୍ତ ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ହଟାଇବା ନେଇ ରାଜନୈତିକ ବିବାଦ ମଧ୍ୟରେ କଂଗ୍ରେସ ନେତ୍ରୀ ଜୟା ଠାକୁରଙ୍କ ସମେତ କିଛି ବୁଦ୍ଧିଜୀବୀ ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ଡିସେମ୍ବର ୨୧ରେ‌ ଲୋକସଭାରେ ଏକ ବିଲ୍ ପାରିତ ହୋଇଥିଲା। ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଏହି ବିଲକୁ ମଞ୍ଜୁରି ପ୍ରଦାନ କରିବା ପରେ ଏହା ଆଇନରେ ପରିଣତ ହୋଇଥିଲା ।

ନୂଆ ଆଇନ ମୁତାବକ ପ୍ରଧାନମନ୍ତ୍ରୀ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ୟାନେଲରେ ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭାରେ ବିରୋଧୀ ଦଳ ନେତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରହିବେ ।

ଏହି ଆଇନକୁ ବିରୋଧୀ ଦଳ ଓ ସମ୍ବିଧାନ ବିଶେଷଜ୍ଞମାନେ ସମାଲୋଚନା କରିଥିଲେ । ଚୟନ ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ହଟାଇ ସରକାର ନିର୍ବାଚନ କମିଶନରଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ।

#Odia#Odisha#News
Share Article:

Related Articles