ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପକ୍ଷୀ ଗଣନା ରିପୋର୍ଟ ପ୍ରକାଶିତ: ହୀରାକୁଦରେ ବଢିଲା ବିଦେଶାଗତଙ୍କ ସଂଖ୍ୟା

ସମ୍ବଲପୁର: ଚଳିତ ବର୍ଷ ପୁଣି ହୀରାକୁଦରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେବଳ ସଂଖ୍ୟା ନୁହେଁ ପ୍ରଜାତି ମଧ୍ଯ ବଢିଛି। ଆଜି ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି। ଚଳିତ ବର୍ଷ ଗତ ୮ ତାରିଖରେ ହୀରାକୁଦ ଜଳଭଣ୍ଡାରର ୫ ଶହ ବର୍ଗ କିମି ଅଞ୍ଚଳ ସମେତ ପାୱାର୍ ଚ୍ୟାନେଲରେ ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ୭୮ ଜଣିଆ ଦଳ ୩୨ ଟି ଟିମରେ ବିଭକ୍ତ ହୋଇ ଗଣନା କରିଥିଲେ। ପ୍ରତି ମୋଟର ବୋଟରେ ପକ୍ଷୀ ବିଶାରଦଙ୍କ [...]

Admin•ଜାନୁଆରୀ 12, 2024
Share Article:

ସମ୍ବଲପୁର: ଚଳିତ ବର୍ଷ ପୁଣି ହୀରାକୁଦରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେବଳ ସଂଖ୍ୟା ନୁହେଁ ପ୍ରଜାତି ମଧ୍ଯ ବଢିଛି। ଆଜି ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି।

ଚଳିତ ବର୍ଷ ଗତ ୮ ତାରିଖରେ ହୀରାକୁଦ ଜଳଭଣ୍ଡାରର ୫ ଶହ ବର୍ଗ କିମି ଅଞ୍ଚଳ ସମେତ ପାୱାର୍ ଚ୍ୟାନେଲରେ ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ୭୮ ଜଣିଆ ଦଳ ୩୨ ଟି ଟିମରେ ବିଭକ୍ତ ହୋଇ ଗଣନା କରିଥିଲେ। ପ୍ରତି ମୋଟର ବୋଟରେ ପକ୍ଷୀ ବିଶାରଦଙ୍କ ସହ ବନ ବିଭାଗ ଅଧିକାରୀ ବି ସାମିଲ ହୋଇଥିଲେ।

ତେବେ ଆଜି ପ୍ରକାଶିତ ରିପୋର୍ଟରେ ୨୦ ଟି ନୂଆ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡିଛି। ଏବର୍ଷ ମୋଟ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୪୫ ଟି ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡିଛି। ଏଥିରେ ଅଧିକ ସଂଖ୍ୟକ ଟଫଟେଡ୍ ଡକ୍, ଲେସର୍ ହ୍ବିସଲିଂ ଡକ୍ଟର ଏବଂ ରେଡ୍ କ୍ରେଷ୍ଟେଡ ପୋଚାର୍ଡ ଥିବା ଗଣନାରୁ ସ୍ପଷ୍ଟ ହୋଇଛି।

ଗତ ୨୦୨୦ରେ ୯୩ ପ୍ରଜାତିର ୯୭୮୯୯ ପକ୍ଷୀ ଆସିଥିବା ବେଳେ ୨୦୨୧ ରେ ୮୯ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ, ୨୦୨୨ ରେ ୧୦୪ ପ୍ରଜାତିର ୨ ଲକ୍ଷ ୦୮ ହଜାର ୬୩୪ ଏବଂ ଗତବର୍ଷ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ ଆସିଥିଲେ। ତେବେ, ପ୍ରତିବର୍ଷ ଉଭୟ ପ୍ରଜାତି ଏବଂ ସଂଖ୍ୟା ବୃଦ୍ଧି ପାଉଥିବାରୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଉତ୍ସାହିତ ହୋଇପଡିଛି।

#Odia#Odisha#News
Share Article:

Related Articles