ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର: ଯଜ୍ଞ ପାଇଁ ଚାଲିଛି ପ୍ରକ୍ରିୟା, କାଲିଠୁ ଲୋକାର୍ପଣ ଯଜ୍ଞ

ପୁରୀ – ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରୀକ୍ଷେତ୍ର ଉତ୍ସବ ମୁଖର ହେବାରେ ଲାଗିଛି। ଲୋକାର୍ପଣ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞର ବିଧିବିଧାନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିବା ସହ ଅଙ୍କୁରାରୋପଣ ହୋଇଥିଲା। ଶନିବାର ଅଙ୍କୁର ପୂଜନ ଓ ପ୍ରଥମ ମଣ୍ଡଳକଟା ହୋଇଛି। ଏଥିସହ ଉତ୍ସର୍ଗ ପୂଜା [...]

Admin•ଜାନୁଆରୀ 14, 2024
Share Article:

ପୁରୀ – ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରୀକ୍ଷେତ୍ର ଉତ୍ସବ ମୁଖର ହେବାରେ ଲାଗିଛି। ଲୋକାର୍ପଣ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞର ବିଧିବିଧାନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିବା ସହ ଅଙ୍କୁରାରୋପଣ ହୋଇଥିଲା। ଶନିବାର ଅଙ୍କୁର ପୂଜନ ଓ ପ୍ରଥମ ମଣ୍ଡଳକଟା ହୋଇଛି। ଏଥିସହ ଉତ୍ସର୍ଗ ପୂଜା କରାଯାଇଥିଲା । ଆଜି ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ଵଜା ସ୍ଥାପନ, ତୋରଣ ସ୍ଥାପନ ଆଦି କର୍ମ କରାଯିବ । ଆସନ୍ତାକାଲିଠାରୁ ଆରମ୍ଭ ହେବ ତ୍ରିଦିନାତ୍ମକ ଯଜ୍ଞ।

#Odia#Odisha#News
Share Article:

Related Articles