ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜି ଦ୍ବିତୀୟ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ, କୋହଲି ଫେରିବେ

ଇନ୍ଦୋର: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟି-୨୦ ରବିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ କବଜା କରିବାକୁ ଚାହିଁବ। ବ୍ୟକ୍ତିଗତ କାରଣରୁ ପ୍ରଥମ ଟି-୨୦ ଖେଳିପାରିନଥିବା ବିରାଟ କୋହଲି ଫେରିବେ। ସେ ୧୪ ମାସ ପରେ ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବେ। ତେଣୁ ତାଙ୍କ ଉପରେ ନଜର ରହିବ । ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତି ଭାରତ ତିନି ମ୍ୟାଚ ବିଶିଷ୍ଟ ସିରିଜରେ [...]

Admin•ଜାନୁଆରୀ 14, 2024
Share Article:

ଇନ୍ଦୋର: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟି-୨୦ ରବିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ କବଜା କରିବାକୁ ଚାହିଁବ। ବ୍ୟକ୍ତିଗତ କାରଣରୁ ପ୍ରଥମ ଟି-୨୦ ଖେଳିପାରିନଥିବା ବିରାଟ କୋହଲି ଫେରିବେ। ସେ ୧୪ ମାସ ପରେ ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବେ। ତେଣୁ ତାଙ୍କ ଉପରେ ନଜର ରହିବ ।

ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ୬ ୱିକେଟରେ ଜିତି ଭାରତ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି ।

ଆଗାମୀ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଫର୍ମାଟରେ ଭାରତର ଏହା ଶେଷ ସିରିଜ। ଏପରି ପରିସ୍ଥିତିରେ ଜିତେଶ ଶର୍ମା, ୱାଶିଂଟନ୍ ସୁନ୍ଦର ଏବଂ ଅକ୍ଷର ପଟେଲଙ୍କ ଭଳି ଖେଳାଳି ଆଫଗାନିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ ସହ ଚୟନକର୍ତ୍ତାଙ୍କ ନଜରରେ ରହିବାକୁ ଚାହିଁବେ।

କିଶାନଙ୍କୁ ପଛରେ ପକାଇ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୌଡ଼ରେ ଜିତେଶ ନିଜକୁ ଆଗରେ ରଖିଛନ୍ତି। ସେ ନିମ୍ନ ମଧ୍ୟକ୍ରମରେ କିଛି ଉପଯୋଗୀ ଇନିଂସ ଖେଳିଛନ୍ତି । ଦଳରେ ସ୍ଥାନ ସୁଦୃଢ କରିବା ପାଇଁ ଜିତେଶ ବଡ଼ ଇନିଂସ ଖେଳିବାକୁ ଚେଷ୍ଟା କରିବେ |

ତିଲକ ବର୍ମାଙ୍କ ମାମଲା ମଧ୍ୟ ସମାନ। ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ସେ ୩୯, ୫୧ ଓ ୪୯ ରନର ଇନିଂସ୍ ସହ ଭଲ ଆରମ୍ଭ କରିଥିଲେ । କିନ୍ତୁ ଏହା ପରେ ସେ ପରବର୍ତ୍ତୀ ୧୩ ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ପ୍ରଦର୍ଶନ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଯଥେଷ୍ଟ ହେବ ନାହିଁ । ତାଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ । ତେବେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏହି ମ୍ୟାଚ୍ ପାଇଁ ଉପଲବ୍ଧ ହେବା ଯୋଗୁଁ ବର୍ମାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ ନାଁ ନାହିଁଁ ଦେଖିବାକୁ ରହିଲା ।

ଆଘାତ କାରଣରୁ ଦିନିକିଆ ବିଶ୍ୱକପ୍‌ରେ ଖେଳିପାରିନଥିବା ଅକ୍ଷର ଏବେ କେବଳ ସୀମିତ ଓଭର ନୁହେଁ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଖେଳିବାକୁ ପ୍ରସ୍ତୁତ ।

ଏହି ବାମହାତୀ ସ୍ପିନରଙ୍କୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ସେ ମୋହାଲିରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୨୩ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ସେ ଏପରି ପ୍ରଦର୍ଶନ ଜାରି ରଖିବାକୁ ଚାହିଁବେ।

ୱାଶିଂଟନ୍ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କିନ୍ତୁ ସେ ପ୍ରଥମ ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କ ଉପରେ ନଜର ରହିବ।

ଇନ୍ଦୋରର ପିଚ୍ ପ୍ରାୟତଃ ବ୍ୟାଟିଂ ଉପଯୋଗୀ । ଏଭଳି ପରିସ୍ଥିତିରେ ଜିତେଶ ଏବଂ ବର୍ମା ସୁଯୋଗ ପାଇଲେ ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଉଦ୍ୟମ କରିବେ।

ଭାରତୀୟ ଦଳ ଆଫଗାନିସ୍ତାନକୁ ହାଲୁକାରେ ନେବା ଭୁଲ କରିବ ନାହିଁ । କାରଣ ଆଫଗାନିସ୍ତାନ ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି।

#Odia#Odisha#News
Share Article:

Related Articles