ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବ୍ରହ୍ମପୁର ବନଖଣ୍ଡରେ ୧୪୯ ପ୍ରଜାତିର ୨୭ ହଜାର ପକ୍ଷୀ, ୮୪ କୁମ୍ଭୀର

ବ୍ରହ୍ମପୁର: ବ୍ରହ୍ମପୁର ବନଖଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ରିପୋର୍ଟ ପ୍ରକାଶ ପାଇଛି। ଜୈବ ବିବିଧତାରେ ଭରପୁର ଏହି ଅଞ୍ଚଳ ବନ୍ୟଜନ୍ତୁ ତଥା ଜୀବସମ୍ପଦ ପାଇଁ ବେଶ୍ ଅନୁକୂଳ। ଏହି କାରଣରୁ ଏଠାରେ ପଶୁପକ୍ଷୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଏହି ବନଖଣ୍ଡରେ ଗତଥର ତୁଳନାରେ ପ୍ରବାସୀ ପକ୍ଷୀଙ୍କ ପ୍ରଜାତି ବୃଦ୍ଧି ପାଇଛି। ଚଳିତ ଥର ବ୍ରହ୍ମପୁର ବନଖଣ୍ଡରେ ୧୪୯ ପ୍ରଜାତିର ୨୬,୯୮୫ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ଖପରାଖାଇ, ଲାଞ୍ଜି ଗେଣ୍ଡି, ପାଣିଚିରା ଗେଣ୍ଡି, ରଙ୍ଗ ଗେଣ୍ଡି, [...]

Admin•ଜାନୁଆରୀ 14, 2024
Share Article:
ବ୍ରହ୍ମପୁର ବନଖଣ୍ଡରେ ୧୪୯ ପ୍ରଜାତିର ୨୭ ହଜାର ପକ୍ଷୀ, ୮୪ କୁମ୍ଭୀର

ବ୍ରହ୍ମପୁର: ବ୍ରହ୍ମପୁର ବନଖଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ରିପୋର୍ଟ ପ୍ରକାଶ ପାଇଛି। ଜୈବ ବିବିଧତାରେ ଭରପୁର ଏହି ଅଞ୍ଚଳ ବନ୍ୟଜନ୍ତୁ ତଥା ଜୀବସମ୍ପଦ ପାଇଁ ବେଶ୍ ଅନୁକୂଳ। ଏହି କାରଣରୁ ଏଠାରେ ପଶୁପକ୍ଷୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଏହି ବନଖଣ୍ଡରେ ଗତଥର ତୁଳନାରେ ପ୍ରବାସୀ ପକ୍ଷୀଙ୍କ ପ୍ରଜାତି ବୃଦ୍ଧି ପାଇଛି। ଚଳିତ ଥର ବ୍ରହ୍ମପୁର ବନଖଣ୍ଡରେ ୧୪୯ ପ୍ରଜାତିର ୨୬,୯୮୫ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ଖପରାଖାଇ, ଲାଞ୍ଜି ଗେଣ୍ଡି, ପାଣିଚିରା ଗେଣ୍ଡି, ରଙ୍ଗ ଗେଣ୍ଡି, ଧୁସୁରା ଗେଣ୍ଡି, କୁକୁଭା, ହଂସରାଳି, ଗୋଠ ବେଗୁଲି, ଗେଣ୍ଡାଳିଆ ଆଦି ଶତାଧିକ ପ୍ରଜାତି ଠାବ ହୋଇଛନ୍ତି। ତେବେ ପ୍ରଥମ କରି ଫ୍ଲେମିଙ୍ଗୋ ପ୍ରଜାତି ଦେଖିବାକୁ ମିଳିଛି।

ଗତ ୧୦, ୧୧ ତାରିଖରେ ମୋଟ ୪୯ଟି ପକ୍ଷୀ ଗଣନା ଟିମ୍ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ। ବିଭିନ୍ନ ଜଳାଶୟ, ଡ୍ୟାମ୍, ହ୍ରଦ ନିକଟରେ ପକ୍ଷୀ ଗଣନା କରାଯାଇଥିଲା ବୋଲି ଡିଏଫ୍ଓ ସନ୍ନି ଖୋକର ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହି ବନଖଣ୍ଡ ଅନ୍ତର୍ଗତ ଘୋଡ଼ାହାଡ଼ ଡ୍ୟାମରେ ଚଳିତ ଥର ମଗର ପ୍ରଜାତିର ୮୪ଟି କୁମ୍ଭୀର ଠାବ ହୋଇଛନ୍ତି। ଗତଥର ୮୧ଟି କୁମ୍ଭୀର ଚିହ୍ନଟ ହୋଇଥିଲେ। ସର୍ବାଧିକ କୁମ୍ଭୀର ଡ୍ୟାମରେ ଠାବ ହୋଇଥିବା ବେଳେ ଆଖପାଖ କେତେକ ଜଳାଶୟରେ ମଧ୍ୟ କିଛି ମଗର ଠାବ କରିଛନ୍ତି ବନ ବିଭାଗ କର୍ମଚାରୀ।

#Odia#Odisha#News
Share Article:

Related Articles