ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସୁପର ଓଭର ବିଜୟ ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂର୍ବତନ କ୍ୟାପଟେନ୍ ଏମଏସ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ବିଜୟ ସହ ରୋହିତ ଏହି ଫର୍ମାଟରେ ଭାରତର ସବୁଠୁ ସଫଳ ଅଧିନାୟକ ହୋଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ସିରିଜ ସହ ୧୪ ମାସ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟକୁ ଫେରିଥିବା ରୋହିତ ଏପର୍ଯ୍ୟନ୍ତ ମୋଟ ୫୪ ଟି-୨୦ ମ୍ୟାଚରେ ଭାରତର ନେତୃତ୍ଵ ନେଇଛନ୍ତି। ଏଥିମଧ୍ୟରୁ [...]
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସୁପର ଓଭର ବିଜୟ ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂର୍ବତନ କ୍ୟାପଟେନ୍ ଏମଏସ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ବିଜୟ ସହ ରୋହିତ ଏହି ଫର୍ମାଟରେ ଭାରତର ସବୁଠୁ ସଫଳ ଅଧିନାୟକ ହୋଇଛନ୍ତି।
ଆଫଗାନିସ୍ତାନ ବିପକ୍ଷ ସିରିଜ ସହ ୧୪ ମାସ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟକୁ ଫେରିଥିବା ରୋହିତ ଏପର୍ଯ୍ୟନ୍ତ ମୋଟ ୫୪ ଟି-୨୦ ମ୍ୟାଚରେ ଭାରତର ନେତୃତ୍ଵ ନେଇଛନ୍ତି। ଏଥିମଧ୍ୟରୁ ସେ ୪୨ଟି ମ୍ୟାଚ୍ ଜିତିଛନ୍ତି। ଏଥିସହ ସେ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଧୋନି ୭୨ ଟି-୨୦ରେ ଅଧିନାୟକତ୍ବ କରିଥିବା ବେଳେ ୪୧ଟି ମ୍ୟାଚ୍ ଜିତିଥିଲେ ।
ପ୍ରଥମ ଦୁଇଟି ଟି-୨୦ରେ ଖାତା ଖୋଲି ପାରିନଥିବା ରୋହିତ ତୃତୀୟ ଟି-୨୦ ରେ ଚମତ୍କାର ଶତକ ସହ ଭାରତକୁ ଟପ୍ ଅର୍ଡର ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ରୋହିତ ୬୯ ବଲରେ ୧୨୧ ରନ୍ କରିଥିଲେ । ତାଙ୍କର ଏହି ଇନିଂସରେ ୧୧ ଚୌକା ଓ ୮ଟି ଛକା ସାମିଲ ଥିଲା | ଅନ୍ତର୍ଜାତୀୟ ଟି-୨୦ରେ ରୋହିତଙ୍କ ଏହା ପଞ୍ଚମ ଶତକ ଥିଲା। ଏଥିସହ ସେ ସର୍ବାଧିକ ଟି-୨୦ ଶତକ ତାଲିକାରେ ସୂର୍ଯ୍ୟକୁମାର ଯାଦବ ଓ ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଏହା ମଧ୍ୟ ଟି-୨୦ରେ ରୋହିତଙ୍କ ସର୍ବୋଚ୍ଚ ସ୍କୋର ।
ବୌଦ୍ଧ ଜଙ୍ଗଲରେ ନକ୍ସଲ ଶିବିର ଧ୍ୱସ୍ତ କଲେ ସୁରକ୍ଷାକର୍ମୀ, ବିପୁଳ ବିସ୍ଫୋରକ ଜବତ
Next ArticleAngul: Mother Allegedly Kills Five Months Old Twins
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
