ଆଜି ପୁରୀ ଆସିବ ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସଂଗୃହୀତ ‘ଅର୍ପଣ’ ଦାନ : ଶ୍ରୀମନ୍ଦିର ଡୋନେସନ ସେଲରେ କରାଯିବ ଜମା
ପୁରୀ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ରାଜ୍ୟରେ ‘ଅର୍ପଣ ରଥ’ ଦ୍ୱାରା ଘରୁ ଘରୁ ସଂଗୃହୀତ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ। ଏସବୁ ମହାପ୍ରଭୁଙ୍କ କାମରେ ହିଁ ଲାଗିବ। ତେବେ ସଂଗୃହୀତ ଦାନ ଟଙ୍କା ଶ୍ରୀମନ୍ଦିର ଡୋନେସନ୍ ସେଲ୍ରେ ଜମା ହେବ। ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍ ସେଲ୍ରେ ଦେବେ। ଆଜିଠୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସେଲ୍ରେ ସଂଗୃହୀତ ଦାନ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର [...]
ପୁରୀ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ରାଜ୍ୟରେ ‘ଅର୍ପଣ ରଥ’ ଦ୍ୱାରା ଘରୁ ଘରୁ ସଂଗୃହୀତ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ। ଏସବୁ ମହାପ୍ରଭୁଙ୍କ କାମରେ ହିଁ ଲାଗିବ। ତେବେ ସଂଗୃହୀତ ଦାନ ଟଙ୍କା ଶ୍ରୀମନ୍ଦିର ଡୋନେସନ୍ ସେଲ୍ରେ ଜମା ହେବ। ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍ ସେଲ୍ରେ ଦେବେ। ଆଜିଠୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସେଲ୍ରେ ସଂଗୃହୀତ ଦାନ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଏହି ଟଙ୍କା ଗଣତି କରି ରଖିବେ। ସେହିପରି ସଂଗୃହୀତ ଗୁଆ, ଅରୁଆ ଚାଉଳ ଓ ନଡ଼ିଆ ଆଣି ପ୍ରତ୍ୟେକ ଜିଲ୍ଲାରୁ ଭକ୍ତମାନେ ପୁରୀ ଆସିବେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ତାରିଖରୁ ଆରମ୍ଭ କରାଯିବ। ନିଜ ଜିଲ୍ଲାରୁ ବସ୍ରେ ଲୋକମାନେ ୨୪ ତାରିଖରେ ବାହାରିବେ। ୨୫ ତାରିଖରେ ଅରୁଆ ଚାଉଳ, ଗୁଆ ଗୁଣ୍ଡିଚା ମନ୍ଦିରରେ ସେମାନଙ୍କଠାରୁ ଗ୍ରହଣ କରାଯିବ। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୦ହଜାର ଲୋକ ଆସି ପ୍ରଥମେ ସଙ୍ଗମ ପାର୍କିଂରେ ପହଞ୍ଚିବେ।
ସେମାନେ ଆଣିଥିବା ଗୁଆ, ଅରୁଆ ଚାଉଳ, ନଡ଼ିଆ ଆଦି ଦେବା ପରେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବେ ।
ଆଜି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା, ସମଗ୍ର ଦେଶ ରାମମୟ
Next Articleବିଲକିସ୍ ବାନୋ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆତ୍ମସମର୍ପଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
