ଆଜି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା, ସମଗ୍ର ଦେଶ ରାମମୟ
ଅଯୋଧ୍ୟା: ଯେଉଁ ମୁହୂର୍ତ୍ତକୁ ଅଗଣିତ ଭକ୍ତ ବହୁବର୍ଷ ଧରି ଅପେକ୍ଷା କରି ରହିଥିଲେ ତାହା ଶେଷରେ ଉପନୀତ ହୋଇଛି । ଆଜି ହେବ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଆସିବେ ପ୍ରଭୁ ଶ୍ରୀରାମ । ଏଥିପାଇଁ ଅଯୋଧ୍ୟା ଉତ୍ସବମୁଖର ହୋଇ ଉଠିଥିବା ବେଳେ ସମଗ୍ର ଦେଶ ରାମମୟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନ ଭାବେ ଦାୟିତ୍ଵ ତୁଲାଇବେ ।ପ୍ରାଣ ପ୍ରତିଷ୍ଠା ଉତ୍ସବ [...]
ଅଯୋଧ୍ୟା: ଯେଉଁ ମୁହୂର୍ତ୍ତକୁ ଅଗଣିତ ଭକ୍ତ ବହୁବର୍ଷ ଧରି ଅପେକ୍ଷା କରି ରହିଥିଲେ ତାହା ଶେଷରେ ଉପନୀତ ହୋଇଛି । ଆଜି ହେବ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଆସିବେ ପ୍ରଭୁ ଶ୍ରୀରାମ । ଏଥିପାଇଁ ଅଯୋଧ୍ୟା ଉତ୍ସବମୁଖର ହୋଇ ଉଠିଥିବା ବେଳେ ସମଗ୍ର ଦେଶ ରାମମୟ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନ ଭାବେ ଦାୟିତ୍ଵ ତୁଲାଇବେ ।ପ୍ରାଣ ପ୍ରତିଷ୍ଠା ଉତ୍ସବ ପରଦିନ ଅର୍ଥାତ୍ ମଙ୍ଗଳବାର ଠାରୁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯିବ |
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ୧୨.୨୦ ରୁ ଗୋଟାଏ ମଧ୍ୟରେ ସମ୍ପନ୍ନ ହେବା ନେଇ ସମୟ ଧାର୍ଯ୍ୟ ହୋଇଛି। ଏହା ପରେ ପ୍ରଧାନମନ୍ତ୍ରୀ ସାଧୁସନ୍ଥ ତଥା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମେତ ଆମନ୍ତ୍ରିତ ୭,୦୦୦ରୁ ଅଧିକ ଲୋକଙ୍କ ସମାବେଶକୁ ସମ୍ବୋଧିତ କରିବେ।
ଟେଲିଭିଜନ ଏବଂ ଅନଲାଇନ୍ ପ୍ଲାଟଫର୍ମରେ ମଧ୍ୟ ଲୋକ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିବେ । ଏହାକୁ ଦୃଷ୍ଟିରେ ରଖି ବିଜେପି ଶାସିତ ସବୁ ରାଜ୍ୟ ସହ ଓଡିଶା ଓ ଝାଡ଼ଖଣ୍ଡ ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଅଧା ଦିନ ଛୁଟି ଘୋଷଣା କରିଛନ୍ତି।
ଏହାଛଡ଼ା ଦେଶ ତଥା ବିଦେଶରେ ଏହି ଅବସରରେ ସ୍ୱତନ୍ତ୍ର ଉତ୍ସବ ଘୋଷଣା କରାଯାଇଛି। ଜାନୁଆରୀ ୨୨ରେ ୱାଶିଂଟନ୍ ଡିସି ଠାରୁ ପ୍ୟାରିସ୍ ଏବଂ ସିଡନୀ ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି | ଏହି କାର୍ଯ୍ୟକ୍ରମଗୁଡିକ ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ଏବଂ ୬୦ଟି ଦେଶର ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ କରାଯିବ ।
ଭାରତର ବିଭିନ୍ନ ପ୍ରାନ୍ତରୁ ୧୪ ଦମ୍ପତି ପ୍ରାଣ ପ୍ରତିଷ୍ଠା ପାଇଁ ଯଜମାନ ହେବେ । ପ୍ରାଣ ପ୍ରତିଷ୍ଠା ଉତ୍ସବର ଆଦ୍ୟପର୍ବ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା ।
ମହୀଶୂରର ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ନୂଆ ୫୧ ଇଞ୍ଚର ବିଗ୍ରହ ଗୁରୁବାର ଅପରାହ୍ନରେ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଇଥିଲା। ଆଖିରେ କପଡା ଆଚ୍ଛାଦିତ ନୂଆ ବିଗ୍ରହର ପ୍ରଥମ ଦୃଶ୍ୟ ଶୁକ୍ରବାର ସର୍ବସାଧାରଣକୁ ଆସିଥିଲା ।
ରାମମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଚମ୍ପତ ରାୟ କହିଛନ୍ତି, ମନ୍ଦିରରେ ପ୍ରବେଶ ପୂର୍ବ ଦିଗରୁ ଏବଂ ପ୍ରସ୍ଥାନ ଦକ୍ଷିଣ ଦିଗରୁ ହେବ। ମନ୍ଦିରର ସମ୍ପୂର୍ଣ୍ଣ ଗଠନ ତିନି ମହଲା ବିଶିଷ୍ଟ ହେବ | ମୁଖ୍ୟ ମନ୍ଦିରରେ ପହଞ୍ଚିବା ପାଇଁ ଭକ୍ତମାନଙ୍କୁ ପୂର୍ବ ପାର୍ଶ୍ୱରୁ ୩୨ ପାହାଚ ଚଢ଼ି ଯିବାକୁ ପଡ଼ିବ।
ପାରମ୍ପରିକ ‘ନାଗର’ ଶୈଳୀରେ ନିର୍ମିତ ଏହି ଭବ୍ୟ ମନ୍ଦିର ପରିସର ୩୮୦ ଫୁଟ ଲମ୍ବ (ପୂର୍ବ-ପଶ୍ଚିମ ଦିଗ), ୨୫୦ ଫୁଟ ଚଉଡ଼ା ଏବଂ ୧୬୧ ଫୁଟ ଉଚ୍ଚ | ମନ୍ଦିରର ପ୍ରତ୍ୟେକ ମହଲା ୨୦ ଫୁଟ ଉଚ୍ଚ ହେବ । ଏହାର ମୋଟ ୩୯୨ ସ୍ତମ୍ଭ ଏବଂ ୪୪ ଫାଟକ ରହିବ |
ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟା ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର କୋଣ ଅନୁକୋଣରେ ପୋଲିସ ମୁତୟନ କରାଯାଇଛି।
ଏହି ମନ୍ଦିର ନଗରୀର ପ୍ରତି ମୁଖ୍ୟ ଛକରେ କଣ୍ଟା ବ୍ୟାରିକେଡ୍ ଲଗାଯାଇଛି | ଭୂକମ୍ପ ଏବଂ ବନ୍ୟା ସହ ରାସାୟନିକ, ଜୈବିକ, ବିକିରଣ ଜନିତ ଏବଂ ପରମାଣୁ ଆକ୍ରମଣ ଭଳି ଘଟଣାର ମୁକାବିଲା ପାଇଁ ତାଲିମ ପ୍ରାପ୍ତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ୍) ଦଳ ମଧ୍ୟ ମୁତୟନ ହୋଇଛନ୍ତି।
ଥଣ୍ଡାପାଗ ଯୋଗୁଁ ସ୍ୱାସ୍ଥ୍ୟ ଜନିତ ଏମର୍ଜନ୍ସି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଅଯୋଧ୍ୟାର ଜିଲ୍ଲା ଡାକ୍ତରଖାନା ଏବଂ ସ୍ଥାନୀୟ ମେଡିକାଲ କଲେଜରେ ବେଡ୍ ସଂରକ୍ଷିତ ରଖାଯାଇଛି | ସ୍ବାସ୍ଥ୍ୟ ଏମର୍ଜନ୍ସିର ମୁକାବିଲା ପାଇଁ ଡାକ୍ତରମାନଙ୍କୁ ଏମ୍ସର ବିଶେଷଜ୍ଞମାନଙ୍କ ଦ୍ବାରା ତାଲିମ ଦିଆଯାଇଛି ।
ଭବ୍ୟ ରାମ ମନ୍ଦିରକୁ ଫୁଲ ଏବଂ ସ୍ୱତନ୍ତ୍ର ଆଲୋକମାଳାରେ ସଜାଯାଇଛି । ସମଗ୍ର ସହର ଧାର୍ମିକ ରଙ୍ଗରେ ରଙ୍ଗାୟିତ ହେବା ସହ ‘ରାମମୟ’ ପାଲଟିଛି |
ସହର ସାରା ଶ୍ରୀରାମଙ୍କ ପୋଷ୍ଟର ଏବଂ ହୋର୍ଡିଂ ଲଗାଯାଇଛି । ରାମ ମାର୍ଗ, ସରାୟୁ ନଦୀକୂଳ ଏବଂ ଲତା ମଙ୍ଗେସକର ଛକ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ‘ଜୟ ଶ୍ରୀରାମ’ ଓ ରାମାୟଣର ବିଭିନ୍ନ ଶ୍ଲୋକ ଲେଖାଯାଇଥିବା ପୋଷ୍ଟର ଲାଗିଛି | ଏହାଛଡ଼ା ବିଭିନ୍ନ ସ୍ଥାନରେ ରାମଲୀଳା, ଭାଗବତ କଥା, ଭଜନ ସନ୍ଧ୍ୟା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ପ୍ରାଣ ପ୍ରତିଷ୍ଠାର ପ୍ରାୟ ଦୁଇ ଘଣ୍ଟା “ମଙ୍ଗଳ ଧ୍ବନି” କାର୍ଯ୍ୟକ୍ରମ ହେବ । ଏଥିରେ ଓଡ଼ିଶାର ମାର୍ଦ୍ଦଳ ସହ ଦେଶର ୫୦ଟି ପାରମ୍ପାରିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯିବ । “ମଙ୍ଗଳ ଧ୍ବନି” କାର୍ଯ୍ୟକ୍ରମ ସକାଳ ୧୦ଟାରୁ ଆରମ୍ଭ ହେବ।
ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରିତ ୭,୦୦୦ ରୁ ଅଧିକ ବ୍ୟକ୍ତିଙ୍କ ଲମ୍ବା ତାଲିକାରେ ବିଭିନ୍ନ ଦେଶର ଅତିଥିଙ୍କ ସହ ବିଶିଷ୍ଟ ରାଜନୈତିକ ନେତା, ଶିଳ୍ପପତି, ଚଳଚ୍ଚିତ୍ର ଅଭିନେତା, କ୍ରୀଡ଼ାବିତ୍, ଅମଲାତନ୍ତ୍ରୀ ଏବଂ କୂଟନୀତିଜ୍ଞ ରହିଛନ୍ତି। ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମ ଜନ୍ମଭୂମି ମନ୍ଦିର ଆନ୍ଦୋଳନ ସହ ଜଡ଼ିତ ଲୋକମାନେ ବି ସାମିଲ ହେବେ।
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ଆଜି ରାଜ୍ୟରେ ହାଫ୍ ଡେ’ ଛୁଟି
Next Articleଆଜି ପୁରୀ ଆସିବ ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସଂଗୃହୀତ ‘ଅର୍ପଣ’ ଦାନ : ଶ୍ରୀମନ୍ଦିର ଡୋନେସନ ସେଲରେ କରାଯିବ ଜମା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
