ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବାରବାଟୀ- କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ – ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଚାଲିଥିବା ମାମଲାରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ ଯେ, ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ ଯେ, ମହମ୍ମଦ ମୋକିମ ତାଙ୍କ ନାମାଙ୍କନ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିଲେ । ଏହା ହାଇକୋର୍ଟରେ ପ୍ରମାଣିତ ହୋଇଥିଲା। ମହମ୍ମଦ ମୋକିମ ସତ୍ୟପାଠରେ [...]

Admin•ମାର୍ଚ୍ଚ 4, 2024
Share Article:

କଟକ – ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଚାଲିଥିବା ମାମଲାରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ।
ସୂଚନାଯୋଗ୍ୟ ଯେ, ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ ଯେ, ମହମ୍ମଦ ମୋକିମ ତାଙ୍କ ନାମାଙ୍କନ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିଲେ । ଏହା ହାଇକୋର୍ଟରେ ପ୍ରମାଣିତ ହୋଇଥିଲା। ମହମ୍ମଦ ମୋକିମ ସତ୍ୟପାଠରେ ନିୟମ ମୁତାବକ ତଥ୍ୟ ଦେଇନଥିବା ଓ ଅନେକ ତଥ୍ୟ ଲୁଚାଇଥିବା ପ୍ରମାଣ ପାଇବା ପରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ।

#Odia#Odisha#News
Share Article:

Related Articles