ଜିଲ୍ଲା ପ୍ରଶାସନ ଓ ଏମସିଏଲ୍ ଚୁକ୍ତି ସ୍ବାକ୍ଷର, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବ ଏମସିଏଲ୍
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ ମଧ୍ୟରେ ୧୧.୬ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଏହି ଚୁକ୍ତିବଳରେ ଏମସିଏଲ ସହଯୋଗ କରିବ । ଟେରାକୋଟା ସ୍କିଲ ସେଣ୍ଟର ପାଇଁ ୩ କୋଟି ୫୦ ଲକ୍ଷ , ଭୀମଭୋଇ ମେଡ଼ିକାଲ ବିଭିନ୍ନ ମେସିନ ତଥା ଉପକରଣ ପାଇଁ ୨ କୋଟି ୬୬ ଲକ୍ଷରୁ ଉର୍ଦ୍ଧ ,କଣ୍ଟାବାଞ୍ଜି ଉପଖଣ୍ଡ ସ୍ତରୀୟ ହସପିଟାଲ [...]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ ମଧ୍ୟରେ ୧୧.୬ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଏହି ଚୁକ୍ତିବଳରେ ଏମସିଏଲ ସହଯୋଗ କରିବ । ଟେରାକୋଟା ସ୍କିଲ ସେଣ୍ଟର ପାଇଁ ୩ କୋଟି ୫୦ ଲକ୍ଷ , ଭୀମଭୋଇ ମେଡ଼ିକାଲ ବିଭିନ୍ନ ମେସିନ ତଥା ଉପକରଣ ପାଇଁ ୨ କୋଟି ୬୬ ଲକ୍ଷରୁ ଉର୍ଦ୍ଧ ,କଣ୍ଟାବାଞ୍ଜି ଉପଖଣ୍ଡ ସ୍ତରୀୟ ହସପିଟାଲ ଅକ୍ସିଜେନ ପାଇପଲାଇନ ପାଇଁ ୧.୫ କୋଟି, ଦୁଗ୍ଧ ଚାଷୀଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୧.୮୮ କୋଟି , ଏସସି ଏସଟି ବିଭିନ୍ନ ହଷ୍ଟେଲ ଗୁଡିକରେ ଇନ୍ଭର୍ଟର ପାଇଁ ୪୯ ଲକ୍ଷ , ୩୦ ଇ ରିକ୍ସା ପାଇଁ ୪୧ ଲକ୍ଷ ୧୦ ହଜାର ,ପାଟଣାଗଡ଼ ହସପିଟାଲରେ ଧାଡ଼ି ମ୍ୟାନେଜମେନ୍ଟ ସିଷ୍ଟମ ନିମନ୍ତେ ୨୦ ଲକ୍ଷ , ସ୍ଵଧାର ଗୃହ ପାଇଁ ୧୫ ଲକ୍ଷ , ଟିଟିଲାଗଡ ବର୍ଜ୍ୟବସ୍ତୁ ପରିଚାଳନା ଗାଡି ନିମନ୍ତେ ୧୫ ଲକ୍ଷ ୫୦ ହଜାର ଏବଂ କଣ୍ଟାବାଞ୍ଜି ପାଇଁ ୧୧ ଲକ୍ଷ , ଜିପିଏସ ଦ୍ବାରା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବଲାଙ୍ଗୀର ସହର ପାଇଁ ୧୫ ଲକ୍ଷ , ଅନ୍ଵେଷା ହଷ୍ଟେଲରେ ୪ ଟି ଲାଇବ୍ରେରୀ ପାଇଁ ୪ ଲକ୍ଷ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଏହି ଟଙ୍କା ବିନିଯୋଗ ହେବ । ୧୧ କୋଟି ୬୧ ଲକ୍ଷ ୩୧ ହଜାର ୯୮୮ ଟଙ୍କାର ଅନୁଦାନ ଜିଲ୍ଲାକୁ ମିଳିବ ।
CM Inaugurates Sports Complex in Jeypore, 26 Multipurpose Indoor Stadiums in 12 Dists
Next Articleଗୀତା ଉପଦେଶ: ଜଣେ ସୁଜ୍ଞାନୀ ବ୍ୟକ୍ତି ସର୍ବଦା ନମ୍ର ଏବଂ ଧୀର ଓ ଭଦ୍ର ହୋଇଥାନ୍ତି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
