ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର – ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ହୋଇଥିବା କେନ୍ଦୁଝର ଜିଲ୍ଲା ସଦର ତହସିଲ ରାଇସୁଆଁ ସର୍କଲର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବାଞ୍ଛାନିଧି ଶତପଥୀଙ୍କୁ ୪ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଓ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଜୋରିମାନା ଅନାଦେୟ ୨ ମାସ ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଦୋଷୀ ସାବ୍ୟସ୍ତ ହେଲା [...]

Admin•ମାର୍ଚ୍ଚ 23, 2024
Share Article:

ଭୁବନେଶ୍ୱର – ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ହୋଇଥିବା କେନ୍ଦୁଝର ଜିଲ୍ଲା ସଦର ତହସିଲ ରାଇସୁଆଁ ସର୍କଲର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବାଞ୍ଛାନିଧି ଶତପଥୀଙ୍କୁ ୪ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଓ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଜୋରିମାନା ଅନାଦେୟ ୨ ମାସ ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଦୋଷୀ ସାବ୍ୟସ୍ତ ହେଲା ପରେ ବାଞ୍ଛାନିଧିଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହି ମାମଲାରେ ତାଙ୍କୁ ଆଉ ତିନି ବର୍ଷ ଜେଲ୍ ଓ ୨ ହଜାର ଟଙ୍କା ଜୋରିମାନା ଆଦେଶ ହୋଇଛି। ଦୋଷୀ ସାବ୍ୟସ୍ତ ହୋଇଥିବାରୁ ବାଞ୍ଛାନିଧିଙ୍କ ପେନସନ ବନ୍ଦ କରିବାକୁ ଭିଜିଲାନ୍ସ ଆବେଦନ କରିବ ।

#Odia#Odisha#News
Share Article:

Related Articles