ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପ୍ରତ୍ୟାବର୍ତ୍ତନରେ ପନ୍ତ ଫେଲ୍, ଆଇପିଏଲର ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍ସ

ଚଣ୍ଡିଗଡ଼: ଆଇପିଏଲର ୧୭ତମ ସିଜିନର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି । ପ୍ରାୟ ଦେଢ଼ ବର୍ଷ ପରେ ଏହି ମ୍ୟାଚ୍ ସହ କ୍ରିକେଟକୁ ଫେରିଥିବା ରିଷଭ ପନ୍ତ ବ୍ୟାଟିଂରେ ସେଭଳି କମାଲ ଦେଖାଇ ପାରିନଥିଲେ । ଟସ୍ ହାରି ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା । ଦଳ ପକ୍ଷରୁ ସାଇ ହୋପ୍ ସର୍ବାଧିକ [...]

Admin•ମାର୍ଚ୍ଚ 23, 2024
Share Article:

ଚଣ୍ଡିଗଡ଼: ଆଇପିଏଲର ୧୭ତମ ସିଜିନର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି । ପ୍ରାୟ ଦେଢ଼ ବର୍ଷ ପରେ ଏହି ମ୍ୟାଚ୍ ସହ କ୍ରିକେଟକୁ ଫେରିଥିବା ରିଷଭ ପନ୍ତ ବ୍ୟାଟିଂରେ ସେଭଳି କମାଲ ଦେଖାଇ ପାରିନଥିଲେ ।

ଟସ୍ ହାରି ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା । ଦଳ ପକ୍ଷରୁ ସାଇ ହୋପ୍ ସର୍ବାଧିକ ୩୩ ରନ୍ କରିଥିଲେ। ତେବେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଅଭିଷେକ ପୋରେଲ ମାତ୍ର ୧୦ ବିଲରେ ଧୂଆଁଧାର ୩୨ ରନ୍ କରିଥିବା ବେଳେ ଡେଭିଡ ୱାର୍ଣ୍ଣର ୨୯ ରନ କରିଥିଲେ । ପ୍ରତ୍ୟାବର୍ତ୍ତନ ମ୍ୟାଚରେ ପନ୍ତଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ହେଲେ ସେ ୧୩ ବଲରେ ୧୮ ରନ୍ କରି ଆଉଟ୍ ହୋଇଥିଲେ । ପଞ୍ଜାବ ପାଇଁ ଅର୍ଶଦୀପ ସିଂ ଓ ହର୍ଷଲ ପଟେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ଦିଲ୍ଲୀ ପ୍ରଦତ୍ତ ୧୭୫ ରନର ବିଜୟ ଲକ୍ଷ୍ୟ ଜବାବରେ ପଞ୍ଜାବ କିଙ୍ଗ୍ସ ୧୯.୨ ଓଭରରେ ୬ ୱିକେଟ୍ ହରାଇ ୧୭୭ ରନ୍ ସଂଗ୍ରହ କରି ଜିତିଥିଲା । ପଞ୍ଜାବ କିଙ୍ଗ୍ସ ତରଫରୁ ସାମ କରନ ୪୭ ବଲରେ ସର୍ବାଧିକ ୬୩ ରନ୍ କରିଥିଲେ। ଲିଆମ୍ ଲିଭିଙ୍ଗଷ୍ଟୋନ୍ ୩୮ ରନ୍, ପ୍ରଭସିମ୍ରନ ସିଂହ ୨୬ ରନ୍ ଏବଂ ଅଧିନାୟକ ଶିଖର ଧାୱନ ୨୨ ରନର ଯୋଗଦାନ କରିଥିଲେ।

ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଇଶାନ୍ତ ଶର୍ମା ଜଣେ ଖେଳାଳିଙ୍କୁ ଆଉଟ୍ କରିଥିଲେ।

#Odia#Odisha#News
Share Article:

Related Articles