ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେଜ୍ରିୱାଲ ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲା ଆମେରିକା, ଏମିତି ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଭାରତର ଦୃଢ ପ୍ରତିବାଦ ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ପ୍ରସଙ୍ଗରେ ଆମେରିକା ପୁଣି ମୁଣ୍ଡ ପୂରାଇଛି। ଆମେରିକାର ଏଭଳି ଆଚରଣକୁ ବିରୋଧ କରିଛି ଭାରତ। ଏହି ପ୍ରସଙ୍ଗରେ ଆମେରିକାର ବୟାନ ଅବାଞ୍ଛିତ ତଥା ଗ୍ରହଣୀୟ ନୁହେଁ ବୋଲି କହିଛି ଭାରତ। କେଜ୍ରିୱାଲ ପ୍ରସଙ୍ଗରେ ଆମେରିକାର ସଦ୍ୟତମ ବୟାନ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଏକ ବିବୃତ୍ତିରେ କହିଛି, “ଆମେରିକାର ସଦ୍ୟତମ ମନ୍ତବ୍ୟ ଅବାଞ୍ଛିତ। ଏହା ଗ୍ରହଣୀୟ ନୁହେଁ । ଭାରତର ନ୍ୟାୟ ବ୍ୟବସ୍ଥା [...]

Admin•ମାର୍ଚ୍ଚ 28, 2024
Share Article:

ନୂଆଦିଲ୍ଲୀ: ଭାରତର ଦୃଢ ପ୍ରତିବାଦ ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ପ୍ରସଙ୍ଗରେ ଆମେରିକା ପୁଣି ମୁଣ୍ଡ ପୂରାଇଛି। ଆମେରିକାର ଏଭଳି ଆଚରଣକୁ ବିରୋଧ କରିଛି ଭାରତ। ଏହି ପ୍ରସଙ୍ଗରେ ଆମେରିକାର ବୟାନ ଅବାଞ୍ଛିତ ତଥା ଗ୍ରହଣୀୟ ନୁହେଁ ବୋଲି କହିଛି ଭାରତ।

କେଜ୍ରିୱାଲ ପ୍ରସଙ୍ଗରେ ଆମେରିକାର ସଦ୍ୟତମ ବୟାନ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଏକ ବିବୃତ୍ତିରେ କହିଛି, “ଆମେରିକାର ସଦ୍ୟତମ ମନ୍ତବ୍ୟ ଅବାଞ୍ଛିତ। ଏହା ଗ୍ରହଣୀୟ ନୁହେଁ । ଭାରତର ନ୍ୟାୟ ବ୍ୟବସ୍ଥା ସ୍ୱାଧୀନ।” । ଆମ ସାର୍ବଭୌମତ୍ୱରେ କୌଣସି ପ୍ରକାର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ଭାରତ ଏହାର ଗଣତାନ୍ତ୍ରିକ ଅନୁଷ୍ଠାନ ପାଇଁ ଗର୍ବିତ।”

ଭାରତର ପ୍ରତିବାଦ ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ପ୍ରସଙ୍ଗରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ, ଆମେ ନିଜ ଆଭିମୁଖ୍ୟରେ କାଏମ । ଏହି ମାମଲାରେ ନ୍ୟାୟିକ ପ୍ରକ୍ରିୟା ନିରପେକ୍ଷ ହେବା ଉଚିତ୍।

ଏହା ପୂର୍ବରୁ ମଙ୍ଗଳବାର ଆମେରିକା କେଜ୍ରିୱାଲଙ୍କ ଗିରଫଦାରି ନେଇ ପ୍ରତିକ୍ରିୟା ରଖିଥିଲା । କେଜ୍ରିୱାଲଙ୍କ ଗିରଫଦାରି ମାମଲା ଉପରେ ଆମେ ନଜର ରଖିଛୁ। ଏହାର ନିରପେକ୍ଷ ତଦନ୍ତ ହେବା ଉଚିତ୍ । ଗଣତାନ୍ତ୍ରିକ ମୂଲ୍ୟବୋଧର ପାଳନ କରାଯିବା ଆବଶ୍ୟକ ବୋଲି କହିଥିଲେ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର। ଏହାପରେ ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ସମନ କରି ଭାରତ ଦୃଢ଼ ପ୍ରତିବାଦ ଜଣାଇଥିଲା ।

#Odia#Odisha#News
Share Article:

Related Articles