ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଜିଏସଟି ଅଫିସର

ଭୁବନେଶ୍ୱର – ପୁରୀ ଏନଫୋର୍ସମଏଣ୍ଟ ୟୁନିଟର ସିଟିଓ ଓ ଜିଏସଟି ଅଫିସର ମାନସ ରଞ୍ଜନ ବେହେରାଙ୍କୁ ଲାଞ୍ଚ ନେବାବେଳେ ମାଡ଼ି ବସିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ଜବତ ହୋଇଥିବା ଗାଡ଼ି ଛାଡିବାକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସରକାରୀ ନିୟମ ଅନୁସାରେ ଗାଡ଼ି ମାଲିକ ଜିଏସଟି ଜୋରିମାନା ବାବଦରେ ୭୯ ହଜାର ୨ ଶହ ଟଙ୍କା ଗତ ୧୯ ତାରିଖରେ ପ୍ରଦାନ କରିଥିଲେ ମଧ୍ୟ ଅଭିଯୁକ୍ତ ଜିଏସଟି ଅଫିସର ମାନସ ରଞ୍ଜନ ବେହେରା ଗାଡ଼ି [...]

Admin•ମାର୍ଚ୍ଚ 28, 2024
Share Article:

ଭୁବନେଶ୍ୱର – ପୁରୀ ଏନଫୋର୍ସମଏଣ୍ଟ ୟୁନିଟର ସିଟିଓ ଓ ଜିଏସଟି ଅଫିସର ମାନସ ରଞ୍ଜନ ବେହେରାଙ୍କୁ ଲାଞ୍ଚ ନେବାବେଳେ ମାଡ଼ି ବସିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ଜବତ ହୋଇଥିବା ଗାଡ଼ି ଛାଡିବାକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସରକାରୀ ନିୟମ ଅନୁସାରେ ଗାଡ଼ି ମାଲିକ ଜିଏସଟି ଜୋରିମାନା ବାବଦରେ ୭୯ ହଜାର ୨ ଶହ ଟଙ୍କା ଗତ ୧୯ ତାରିଖରେ ପ୍ରଦାନ କରିଥିଲେ ମଧ୍ୟ ଅଭିଯୁକ୍ତ ଜିଏସଟି ଅଫିସର ମାନସ ରଞ୍ଜନ ବେହେରା ଗାଡ଼ି ହସ୍ତାନ୍ତର ପାଇଁ ଲାଞ୍ଚ ମାଗିଥିଲେ। ଏ ନେଇ ଗାଡ଼ି ମାଲିକଙ୍କଠାରୁ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗ ଜିଏସଟି ଅଫିସରଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ପୂର୍ବ ଯୋଜନା ଅନୁସାରେ ସେ ଅଭିଯୋଗକାରୀ ଗାଡ଼ି ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ତାଙ୍କୁ ମାଡ଼ି ବସିଥିଲେ ଭିଜିଲାନ୍ସ ଟିମ୍ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଜିଏସଟି ଅଫିସରଙ୍କ ତିନିଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

#Odia#Odisha#News
Share Article:

Related Articles