ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଗଲେ ଅବସରପ୍ରାପ୍ତ ମହିଳା ହେଲ୍ଥ ଭିଜିଟର

ସୁନ୍ଦରଗଡ଼ – ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଖୁଣ୍ଟା ଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସରପ୍ରାପ୍ତ ମହିଳା ହେଲଥ ଭିଜିଟର ମଥାମଣି ରଥ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ମଥାମଣିଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ତାଙ୍କୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ତାଙ୍କୁ ଆଉ ଅଧିକ ତିନିମାସ ଜେଲରେ ରହିବାକୁ ପଡ଼ିବ । [...]

Admin•ମାର୍ଚ୍ଚ 28, 2024
Share Article:

ସୁନ୍ଦରଗଡ଼ – ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଖୁଣ୍ଟା ଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସରପ୍ରାପ୍ତ ମହିଳା ହେଲଥ ଭିଜିଟର ମଥାମଣି ରଥ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ମଥାମଣିଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ତାଙ୍କୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ତାଙ୍କୁ ଆଉ ଅଧିକ ତିନିମାସ ଜେଲରେ ରହିବାକୁ ପଡ଼ିବ । ଏହି ମାମଲାରେ ତାଙ୍କୁ ଆଉ ତିନି ବର୍ଷ ଅତିରିକ୍ତ ଜେଲ୍ ସହ ୧ ହଜାର ଟଙ୍କା ଜୋରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଜୋରିମାନା ନ ଦେଲେ ଆଉ ଦୁଇ ମାସ ଅଧିକ ଜେଲରେ ରହିବାକୁ ପଡ଼ିବ ।

୨୦୧୬ ମସିହାରେ ମଥାମଣି ଔଷଧ ବଣ୍ଟନ ସମ୍ପର୍କିତ ଓପିଡି ରେଜିଷ୍ଟର, ପ୍ରେଗନାନସୀ ରେଜିଷ୍ଟର ଓ ଓପିସିସି ରେଜିଷ୍ଟର ଭେରିଫିକେସନ ପାଇଁ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଲାଞ୍ଚ ମାଗିଥିଲେ। ଏହି ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଦୋଷୀ ସାବ୍ୟସ୍ତ ହେଲା ପରେ ମଥାମଣିଙ୍କୁ ଜେଲ୍ ପଠାଇ ଦିଆଯାଇଛି। ତାଙ୍କ ପେନସନ ବନ୍ଦ ପାଇଁ ଭିଜିଲାନ୍ସ ଆବେଦନ କରିବ।

#Odia#Odisha#News
Share Article:

Related Articles