ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କଲବଲ କରୁଛି ଚଇତି ତାତି

ଭୁବନେଶ୍ୱର – ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ ଅସହ୍ୟ ହେଲାଣି ଖରା ତାତି । ଅନେକ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ ଅଧିକ ରହୁଛି ତାପମାତ୍ରା। ଗତକାଲି ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗକୁ ଆହୁରି କଲବଲ କରିବ ତାତି । ବିଶେଷକରି [...]

Admin•ମାର୍ଚ୍ଚ 30, 2024
Share Article:

ଭୁବନେଶ୍ୱର – ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ ଅସହ୍ୟ ହେଲାଣି ଖରା ତାତି । ଅନେକ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ ଅଧିକ ରହୁଛି ତାପମାତ୍ରା। ଗତକାଲି ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗକୁ ଆହୁରି କଲବଲ କରିବ ତାତି । ବିଶେଷକରି ପଶ୍ଚିମ ଓଡ଼ିଶାରେ ୪୨ ଡିଗ୍ରୀ ଛୁଇଁ ପାରେ ତାପମାତ୍ରା । ଆସନ୍ତା ୪ରୁ ୫ ଦିନ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

#Odia#Odisha#News
Share Article:

Related Articles