ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପାରଳାଖେମୁଣ୍ଡି: ପୂର୍ବ ବିଧାୟକ କେ.ସୁରୀୟା ରାଓ ବିଜେଡିରେ ମିଶିବା ପରେ ଦଳର ଶକ୍ତି ବୃଦ୍ଧି

ପାରଳାଖେମୁଣ୍ଡି: ଗତ ପଞ୍ଚାୟତ ଓ ପୋୖର ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିବା ବିଜେଡି ଆଦିବାସୀ ବହୁଳ ଓ ରାଜ୍ୟର ଅନ୍ୟତମ ସୀମାବର୍ତ୍ତୀ ଜିଲ୍ଲା ଗଜପତିରେ ନିଜର ଶକ୍ତି ଲଗାତାର ବୃଦ୍ଧି କରି ଚାଲିଛି। ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ସହ ଆଦିବାସୀ, ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ବିଦ୍ୟାଳୟ- ମହାବିଦ୍ୟାଳୟ ଏବଂ ଧର୍ମାନୁଷ୍ଠାନଗୁଡିକର ରୂପାନ୍ତରିକରଣ ସାଙ୍ଗକୁ ପାନୀୟ ଜଳରୁ ଆରମ୍ଭ କରି ସ୍ବାସ୍ଥ୍ୟ, [...]

Admin•ମାର୍ଚ୍ଚ 31, 2024
Share Article:

ପାରଳାଖେମୁଣ୍ଡି: ଗତ ପଞ୍ଚାୟତ ଓ ପୋୖର ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିବା ବିଜେଡି ଆଦିବାସୀ ବହୁଳ ଓ ରାଜ୍ୟର ଅନ୍ୟତମ ସୀମାବର୍ତ୍ତୀ ଜିଲ୍ଲା ଗଜପତିରେ ନିଜର ଶକ୍ତି ଲଗାତାର ବୃଦ୍ଧି କରି ଚାଲିଛି। ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ସହ ଆଦିବାସୀ, ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ବିଦ୍ୟାଳୟ- ମହାବିଦ୍ୟାଳୟ ଏବଂ ଧର୍ମାନୁଷ୍ଠାନଗୁଡିକର ରୂପାନ୍ତରିକରଣ ସାଙ୍ଗକୁ ପାନୀୟ ଜଳରୁ ଆରମ୍ଭ କରି ସ୍ବାସ୍ଥ୍ୟ, କ୍ରୀଡ଼ା, କଳା ସଂସ୍କୃତି ଏବଂ ଭାଷା ସାହିତ୍ୟର ବିକାଶ ନିମନ୍ତେ ବେଶ୍ ଆଖିଦୃଶିଆ କାର୍ଯ୍ୟ କରାଯାଇଛି। ଏଣୁ ଆଗକୁ ଯେତେବେଳେ ସାଧାରଣ ନିର୍ବାଚନ ତାହା ପୂର୍ବରୁ ବିଜେଡିର ଲୋକାଭିମୁଖୀ ନୀତି ଓ ସର୍ବସାଧାରଣଙ୍କ ହିତ ଆଦର୍ଶ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଲୋକପ୍ରିୟତା ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ରୂପାନ୍ତରଣ ଅଭିଯାନରେ ପ୍ରେରିତ ହୋଇ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସମେତ ଅନ୍ୟ ରାଜନୈତିକ ଦଳରୁ ନେତା, କର୍ମୀ ଓ ନିର୍ବାଚିତ ଜନପ୍ରତିନିଧି ବିଜୁ ଜନତା ଦଳରେ ସାମିଲ ହେବାରେ ଲାଗିଛନ୍ତି।

ଏହି କ୍ରମରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଜେଡିରେ ସାମିଲ ହୋଇଛନ୍ତି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟା ରାଓ। ୨୦୧୪ ନିର୍ବାଚନରେ କଂଗ୍ରେସରୁ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ ସେ। ୨୦୧୯ରେ କଂଗ୍ରେସ ଟିକେଟରେ ଲଢ଼ି ପରାସ୍ତ ହୋଇଥିଲେ ସେ। ତେବେ ତା ପରେ ଦଳରେ କୋଣଠେସା ହୋଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ତାଙ୍କର ଅନେକ ଅନୁଗାମୀ ଓ ସମର୍ଥକ ବିଜେଡିରେ ସାମିଲ ହୋଇଥିଲେ। ଆଉ ଏବେ ନିଜେ କେ.ସୁରୀୟା ବିଜେଡିର ବିକାଶମୂଳକ ରାଜନୀତି ସହ ନିଜକୁ ଜଡ଼ିତ କରିଛନ୍ତି। ତାଙ୍କ ସହ ଆହୁରି କିଛି ନିର୍ବାଚିତ ପ୍ରତିନିଧି, ପୂର୍ବତନ ସରପଞ୍ଚ ଓ ନେତା ଭୁବନେଶ୍ବର ଠାରେ ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ଗତ ନିର୍ବାଚନରେ ଏହି ଜିଲ୍ଲାରୁ ଜଣେ ହେଲେ ବିଧାୟକ ନଥିବା ସ୍ଥଳେ ଏବେ ଗଜପତିରେ ବିଜେଡିର ସିଂହସଦୃଶ ଶକ୍ତି ବୃଦ୍ଧି ପାଇଛି। ଗତ ପଞ୍ଚାୟତ ଓ ପୋୖର ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ। ପାରଳାଖେମୁଣ୍ଡିରେ ବିଜେପି ଓ ମୋହନାରେ କଂଗ୍ରେସ ବିଧାୟକ ଥାଇ ମଧ୍ୟ ବିଜେଡିର ଯେଭଳି ଶକ୍ତି ବୃଦ୍ଧି ଘଟିଛି ତାହା ଉଲ୍ଲେଖଯୋଗ୍ୟ ବୋଲି ମତ ଦେଉଛନ୍ତି ରାଜନୈତିକ ବିଶେଷଜ୍ଞ। ପୂର୍ବରୁ ବିଜେଡିରେ ପାରଳାର ଗଜପତି ମହାରାଜାଙ୍କ କନ୍ୟା କଲ୍ୟାଣୀ ଗଜପତି, ଏବେ ସୁରୀୟା ରାଓଙ୍କ ସମର୍ଥକ ତଥା ଭୋଟ ବ୍ୟାଙ୍କ୍ ବିଜେଡି ଖାତାକୁ ଯିବା ଥୟ। ଦଳର ବିଜୟ ସମ୍ଭାବନା ମଧ୍ୟ ସେହି ଅନୁପାତରେ ବଢ଼ିଚାଲିଛି।

#Odia#Odisha#News
Share Article:

Related Articles