ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଅ’ ମହାରାଲି, କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ତରଫରୁ ରବିବାର ଐତିହାସିକ ରାମଲୀଲା ମଇଦାନରେ ‘ଗଣତନ୍ତ୍ର ବଞ୍ଚାଅ’ ରାଲି ଆୟୋଜନ କରାଯାଇଛି । ଏଥିରେ କେଜ୍ରିୱାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ତୁରନ୍ତ ମୁକ୍ତ କରିବା ସହ ଏକ ପାଞ୍ଚସୂତ୍ରୀ ଦାବି ରଖାଯାଇଛି। କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ‘ଗଣତନ୍ତ୍ର ବଞ୍ଚାଅ ମହାରାଲି’ର ମଞ୍ଚରୁ ବିରୋଧୀ ମେଣ୍ଟ ତରଫରୁ ଏହି ଦାବି ରଖିଛନ୍ତି । ଏହି [...]

Admin•ମାର୍ଚ୍ଚ 31, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ତରଫରୁ ରବିବାର ଐତିହାସିକ ରାମଲୀଲା ମଇଦାନରେ ‘ଗଣତନ୍ତ୍ର ବଞ୍ଚାଅ’ ରାଲି ଆୟୋଜନ କରାଯାଇଛି । ଏଥିରେ କେଜ୍ରିୱାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ତୁରନ୍ତ ମୁକ୍ତ କରିବା ସହ ଏକ ପାଞ୍ଚସୂତ୍ରୀ ଦାବି ରଖାଯାଇଛି। କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ‘ଗଣତନ୍ତ୍ର ବଞ୍ଚାଅ ମହାରାଲି’ର ମଞ୍ଚରୁ ବିରୋଧୀ ମେଣ୍ଟ ତରଫରୁ ଏହି ଦାବି ରଖିଛନ୍ତି । ଏହି ରାଲିରେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ମଧ୍ୟ ଯୋଗ ଦେଇଥିଲେ ।

ପ୍ରିୟଙ୍କା କହିଛନ୍ତି, “ଲୋକସଭା ନିର୍ବାଚନ ଦୃଷ୍ଟିରୁ ନିର୍ବାଚନ କମିଶନ ସବୁଦଳ ପାଇଁ ସମାନ ସୁଯୋଗ ନିଶ୍ଚିତ କରିବା ଉଚିତ। ବିରୋଧୀ ଦଳଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥାର ଆକ୍ସନକୁ କମିଶନ ବନ୍ଦ କରିବା ଆବଶ୍ୟକ। ହେମନ୍ତ ସୋରେନ୍ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯିବା ଦରକାର। ନିର୍ବାଚନ ସମୟରେ ବିରୋଧୀ ରାଜନୈତିକ ଦଳ ଗୁଡ଼ିକୁ ଆର୍ଥିକ ଭାବେ କଣ୍ଠରୋଧ ଭଳି କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି ।

ନିର୍ବାଚନୀ ବଣ୍ଡ୍ ଜରିଆରେ ବିଜେପିର ଜବରଦସ୍ତି ଚାନ୍ଦା ଆଦାୟ ଏବଂ ‘ମନି ଲଣ୍ଡରିଂ’ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ପାଇଁ ମଧ୍ୟ ଦାବି କରିଛନ୍ତି ପ୍ରିୟଙ୍କା।

#Odia#Odisha#News
Share Article:

Related Articles