ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପ୍ରଥମ ଥର ହରାଇଲା କେକେଆର୍

କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲରେ ପ୍ରଥମ ଥର ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସଜି) କୁ ହରାଇଛି | ଚଳିତ ସିଜନରେ ଏହା କୋଲକାତାର ଚତୁର୍ଥ ବିଜୟ | ରବିବାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୨୮ ତମ ମ୍ୟାଚରେ କୋଲକାତା ୮ ୱିକେଟରେ ଲକ୍ଷ୍ନୌକୁ ପରାସ୍ତ କରିଛି। କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ [...]

Admin•ଅପ୍ରେଲ 14, 2024
Share Article:

କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲରେ ପ୍ରଥମ ଥର ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସଜି) କୁ ହରାଇଛି | ଚଳିତ ସିଜନରେ ଏହା କୋଲକାତାର ଚତୁର୍ଥ ବିଜୟ | ରବିବାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୨୮ ତମ ମ୍ୟାଚରେ କୋଲକାତା ୮ ୱିକେଟରେ ଲକ୍ଷ୍ନୌକୁ ପରାସ୍ତ କରିଛି।

କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ଏହାର ଜବାବରେ କୋଲକାତା ୧୫.୪ ଓଭରରେ ୨ ୱିକେଟରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। କୋଲକାତା ପାଇଁ ଓପନର୍ ଫିଲ୍ ସଲ୍ଟ ଅପରାଜିତ ୮୯ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅଧିନାୟକ ଶ୍ରେୟାସ ଆୟର ଅପରାଜିତ ୩୮ ରନ୍ କରିଥିଲେ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ତରଫରୁ ବାମହାତୀ ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରାନ୍ ସର୍ବାଧିକ ୪୫ ରନର ଇନିଂସ ଖେଳିଥିଲେ। ଅଧିନାୟକ କେ.ଏଲ୍ ରାହୁଲ ୩୯ ରନ୍ ଏବଂ ଆୟୁଷ ବାଦୋନି ୨୯ ରନ୍ କରିଥିଲେ। କୋଲକାତା ପାଇଁ ମିଚେଲ ଷ୍ଟାର୍କ ୩ଟି ୱିକେଟ୍ ନେଇଥିଲେ। ବୈଭବ ଆରୋରା, ଅଣ୍ଡ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ ଏବଂ ସୁନୀଲ ନାରିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

#Odia#Odisha#News
Share Article:

Related Articles