ସରବଜିତ ସିଂହଙ୍କ ହତ୍ୟାକାରୀ ଆମୀର ସରଫରାଜକୁ ଲାହୋରରେ ଗୁଳିକରି ହତ୍ୟା
ନୂଆଦିଲ୍ଲୀ: ଭାରତୀୟ ନାଗରିକ ସରବଜିତ ସିଂହଙ୍କ ହତ୍ୟାକାରୀ ଆମୀର ସରଫରାଜକୁ ଲାହୋରରେ କିଛି ଅଜଣା ଲୋକ ଗୁଳିକରି ହତ୍ୟା କରିଛନ୍ତି । ଆମୀର ସରଫରାଜ ଓ ତାର ସହଯୋଗୀ ୨୦୧୩ ମସିହାରେ ଲାହୋର ଜେଲରେ ଭାରତୀୟ ନାଗରିକ ସରବଜିତଙ୍କୁ ପିଟିପିଟି ହତ୍ୟା କରିଥିଲେ। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ସରବଜିତଙ୍କୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ସରବଜିତଙ୍କ ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଡିସେମ୍ବର ୨୦୧୮ରେ ପାକିସ୍ତାନର ଏକ କୋର୍ଟ ପ୍ରମାଣ ଅଭାବରୁ [...]
ନୂଆଦିଲ୍ଲୀ: ଭାରତୀୟ ନାଗରିକ ସରବଜିତ ସିଂହଙ୍କ ହତ୍ୟାକାରୀ ଆମୀର ସରଫରାଜକୁ ଲାହୋରରେ କିଛି ଅଜଣା ଲୋକ ଗୁଳିକରି ହତ୍ୟା କରିଛନ୍ତି । ଆମୀର ସରଫରାଜ ଓ ତାର ସହଯୋଗୀ ୨୦୧୩ ମସିହାରେ ଲାହୋର ଜେଲରେ ଭାରତୀୟ ନାଗରିକ ସରବଜିତଙ୍କୁ ପିଟିପିଟି ହତ୍ୟା କରିଥିଲେ। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ସରବଜିତଙ୍କୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।
ସରବଜିତଙ୍କ ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଡିସେମ୍ବର ୨୦୧୮ରେ ପାକିସ୍ତାନର ଏକ କୋର୍ଟ ପ୍ରମାଣ ଅଭାବରୁ ମୁକ୍ତ କରିଥିଲେ। ଆମୀର ସରଫରାଜ ବ୍ୟତୀତ ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଥିଲା ମୁଦାସର । ଏହି ଦୁଇଜଣଙ୍କ ବିରୋଧରେ କେହି ସାକ୍ଷ୍ୟ ଦେଇନଥିଲେ। ଭାରତୀୟ ନାଗରିକ ସରବଜିତ୍ ୧୯୯୦ରେ ଭୁଲ୍ ବଶତଃ ସୀମା ପାର କରି ପାକିସ୍ତାନ ପଳାଇଥିଲେ। ପାକିସ୍ତାନୀ ସେନା ତାଙ୍କୁ ଭାରତୀୟ ଗୁପ୍ତଚର ଭାବି ଅଟକ ରଖିଥିଲେ।
ପାକିସ୍ତାନରେ ସରବଜିତଙ୍କ ହତ୍ୟାକାରୀଙ୍କ ନିହତ ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଭାରତ ବିରୋଧରେ ଟାର୍ଗେଟ କିଲିଂ ଅଭିଯୋଗ ଆଣିଛି। ବ୍ରିଟେନର ଖବରକାଗଜ ‘ଦି ଗାର୍ଡିଆନ’ର ଏକ ରିପୋର୍ଟ ଆଧାରରେ ପାକିସ୍ତାନ ଦାବି କରିଥିଲା ଯେ ଭାରତ ପାକିସ୍ତାନରେ ଏହାର ନାଗରିକଙ୍କୁ ବେଆଇନ ଭାବେ ହତ୍ୟା କରୁଛି।
ନିକଟରେ ‘ଦି ଗାର୍ଡିଆନ’ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ବିଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ରଣନୀତି ଅଧୀନରେ ଭାରତୀୟ ଗୁଇନ୍ଦା ଅପରେଟିଭ୍ ପାକିସ୍ତାନରେ ପଶି ଅନେକ ଲୋକଙ୍କ ହତ୍ୟା କରିଛନ୍ତି।
ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପ୍ରଥମ ଥର ହରାଇଲା କେକେଆର୍
Next Articleବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
