ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜ୍ୟର ୩୦ ସ୍ଥାନରେ ତାପମାତ୍ରା ୪୦ କିମ୍ବା ଅଧିକ, ୪୩ .୨ ଡିଗ୍ରୀ ସେଲସିୟସ ସହ ତାଳଚେର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଦିନକୁ ଦିନ ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ। ବଢ଼ି ଚାଲିଛି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୩୦ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଜି ତାଳଚେର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ରହିଥିଲା । ଉତ୍ତପ୍ତ ସହର ତାଲିକାରେ ନୂଆପଡ଼ା ୪୩ ଡିଗ୍ରୀ ସେଲସିୟସ [...]

Admin•ଅପ୍ରେଲ 17, 2024
Share Article:
ରାଜ୍ୟର ୩୦ ସ୍ଥାନରେ ତାପମାତ୍ରା ୪୦ କିମ୍ବା ଅଧିକ, ୪୩ .୨ ଡିଗ୍ରୀ ସେଲସିୟସ ସହ ତାଳଚେର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଦିନକୁ ଦିନ ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ। ବଢ଼ି ଚାଲିଛି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୩୦ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଜି ତାଳଚେର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ରହିଥିଲା । ଉତ୍ତପ୍ତ ସହର ତାଲିକାରେ ନୂଆପଡ଼ା ୪୩ ଡିଗ୍ରୀ ସେଲସିୟସ ସହ ଆଜି ଦ୍ୱିତୀୟ ସ୍ଥାନରେ ରହିଛି । ପାରଳାଖେମୁଣ୍ଡି ଓ ବୋୖଦ୍ଧରେ ତାପମାତ୍ରା ୪୨ ଦଶମିକ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅନୁଗୁଳ ଓ ନୟାଗଡ଼ରେ ୪୨ ଦଶମିକ ୭, ବାରିପଦାରେ ୪୨ ଦଶମିକ ୬, ଟିଟିଲାଗଡ଼ରେ ୪୨ ଦଶମିକ ୫, ଭବାନୀପାଟଣାରେ ୪୨, ମାଲକାନଗିରିରେ ୪୨, ଢ଼େଙ୍କାନାଳରେ ୪୧ ଦଶମିକ ୮, ଭୁବନେଶ୍ୱରରେ ୪୧ ଦଶମିକ ୭, ଚାନ୍ଦବାଲିରେ ୪୧ ଦଶମିକ ୬, ଝାରସୁଗୁଡ଼ାରେ ୪୧ ଦଶମିକ ୬, ବଲାଙ୍ଗୀର ଓ କଟକରେ ୪୧ ଦଶମିକ ୫, ସମ୍ବଲପୁର ଓ ହୀରାକୁଦରେ ୪୧ ଦଶମିକ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles