ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଟ୍ରକକୁ ପିଟିଲା କାର୍, ୧୦ ମୃତ

ନାଡିୟାଡ (ଗୁଜରାଟ): ଗୁଜରାଟ ଖେଡା ଜିଲ୍ଲାର ନାଡିୟାଡ ସହର ନିକଟ ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ବୁଧବାର ଏକ ଦ୍ରୁତଗାମୀ କାର୍ ଏକ ଟ୍ରକକୁ ଧକ୍କା ଦେବାରୁ କାରରେ ଥିବା ୧୦ ଜଣଙ୍କର ମୃତ୍ୟୁ ହୋଇଛି। ନାଡିୟାଡ ସଦର ଥାନାର ଇନ୍ସପେକ୍ଟର କିରିଟ ଚୌଧୁରୀ କହିଛନ୍ତି, “କାର୍ ବଡୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିଲାବେଳେ ଏକ୍ସପ୍ରେସୱେରେ ଏକ ଟ୍ରକକୁ ପଛପଟୁ ପିଟି ଦେଇଥିଲା। ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଆହତଙ୍କୁ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । [...]

Admin•ଅପ୍ରେଲ 17, 2024
Share Article:

ନାଡିୟାଡ (ଗୁଜରାଟ): ଗୁଜରାଟ ଖେଡା ଜିଲ୍ଲାର ନାଡିୟାଡ ସହର ନିକଟ ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ବୁଧବାର ଏକ ଦ୍ରୁତଗାମୀ କାର୍ ଏକ ଟ୍ରକକୁ ଧକ୍କା ଦେବାରୁ କାରରେ ଥିବା ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ନାଡିୟାଡ ସଦର ଥାନାର ଇନ୍ସପେକ୍ଟର କିରିଟ ଚୌଧୁରୀ କହିଛନ୍ତି, “କାର୍ ବଡୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିଲାବେଳେ ଏକ୍ସପ୍ରେସୱେରେ ଏକ ଟ୍ରକକୁ ପଛପଟୁ ପିଟି ଦେଇଥିଲା। ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଆହତଙ୍କୁ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ”

ନାଡିୟାଡ ବିଧାୟକ ପଙ୍କଜ ଦେଶାଇ କହିଛନ୍ତି, କିଛି ବୈଷୟିକ ତ୍ରୁଟି ଯୋଗୁଁ ଟ୍ରକ୍ ଏକ୍ସପ୍ରେସୱେର ବାମ ପାର୍ଶ୍ୱରେ ଛିଡ଼ା ହୋଇଥିଲା । ବୋଧହୁଏ କାର୍ ଡ୍ରାଇଭର ପାଖରେ ବ୍ରେକ ଲଗାଇବା ପାଇଁ ଯଥେଷ୍ଟ ସମୟ ନଥିଲା। ସମ୍ଭବତଃ ଏହି କାରଣରୁ ଦୁର୍ଘଟଣା ଘଟିଛି।”

#Odia#Odisha#News
Share Article:

Related Articles