ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରୋଡ୍ ଶୋ’ ବେଳେ ଆସିଗଲା ଆମ୍ବୁଲାନ୍ସ, ଭାଷଣ ବନ୍ଦ କରି ସୁରକ୍ଷିତ ଯିବାକୁ ଦେଲେ ନବୀନ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାରତା । ଯେ କୌଣସି ସ୍ଥିତିରେ ବି ଜନସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପଡିବ । ଜନତାଙ୍କ ସ୍ୱାର୍ଥ ହିଁ ପ୍ରାଥମିକତା । ବହୁବାର ଏହା ପ୍ରମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଭୁବନେଶ୍ୱର ଗତକାଲି ରୋଡ୍ ସୋ ବେଳେ ନବୀନ ପଟ୍ଟନାୟକ ପୁଣି ଥରେ ନିଜ ମହନୀୟ ଉଦାରତାର ପରିଚୟ ଦେଇଛନ୍ତି, ଯାହା କି ନେତାଙ୍କ ମଧ୍ୟରେ ଆଜିକାଲି କ୍ଵଚିତ ଦେଖାଯାଏ। ଭୁବନେଶ୍ୱର ଗଙ୍ଗନଗର ଛକରେ ନବୀନଙ୍କ ରୋଡ୍ ଶୋ’ ଚାଲିଥିଲା [...]

Admin•ମଇ 17, 2024
Share Article:

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାରତା । ଯେ କୌଣସି ସ୍ଥିତିରେ ବି ଜନସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପଡିବ । ଜନତାଙ୍କ ସ୍ୱାର୍ଥ ହିଁ ପ୍ରାଥମିକତା । ବହୁବାର ଏହା ପ୍ରମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଭୁବନେଶ୍ୱର ଗତକାଲି ରୋଡ୍ ସୋ ବେଳେ ନବୀନ ପଟ୍ଟନାୟକ ପୁଣି ଥରେ ନିଜ ମହନୀୟ ଉଦାରତାର ପରିଚୟ ଦେଇଛନ୍ତି, ଯାହା କି ନେତାଙ୍କ ମଧ୍ୟରେ ଆଜିକାଲି କ୍ଵଚିତ ଦେଖାଯାଏ।

ଭୁବନେଶ୍ୱର ଗଙ୍ଗନଗର ଛକରେ ନବୀନଙ୍କ ରୋଡ୍ ଶୋ’ ଚାଲିଥିଲା । ସାଧାରଣ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀ ଭାଷଣ ଆରମ୍ଭ କରିଥିବା ବେଳେ ସେତେବେଳେ ଜଣେ ରୋଗୀଙ୍କୁ ଧରି ଆମ୍ବୁଲାନ୍ସ ସେହି ବାଟ ଦେଇ ହସ୍ପିଟାଲ ପହଞ୍ଚିବାର ଥିଲା । କିନ୍ତୁ ଭିଡ ଯୋଗୁଁ ବାଟ ପାଉନଥିଲା ଆମ୍ବୁଲାନ୍ସ। ଏତିକିବେଳେ ମୁଖ୍ୟମନ୍ତ୍ରୀ ଭାଷଣ ବନ୍ଦ କରି ଆମ୍ବୁଲାନ୍ସକୁ ସୁରକ୍ଷିତ ଭାବେ ଯିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆମ୍ବୁଲାନ୍ସ ଯିବା ପରେ ହିଁ ମୁଖ୍ୟମନ୍ତ୍ରୀ ପୁଣି ଭାଷଣ ଆରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦାରତା ପ୍ରଶଂସିତ ହୋଇଛି। ତାଙ୍କୁ କାହିଁକି ଲୋକଙ୍କ ହୃଦୟର ସମ୍ରାଟ କୁହାଯାଏ, ତାହା ପୁଣି ପ୍ରମାଣିତ ହୋଇଛି ।

#Odia#Odisha#News
Share Article:

Related Articles