କୋଭାକ୍ସିନ୍ ଟିକା ନେଇଥିବା ୩୦ ପ୍ରତିଶତ ଲୋକଙ୍କ ଠାରେ ଦେଖାଦେଇଥିଲା ନାନା ସ୍ୱାସ୍ଥ୍ୟଗତ ସମସ୍ୟା
ନୂଆଦିଲ୍ଲୀ: କୋଭିସିଲ୍ଡକୁ ନେଇ ବିବାଦ ଥମିନଥିବା ବେଳେ ଦେଶୀ କରୋନା ଟିକା ‘କୋଭାକ୍ସିନ’ ନେଇଥିବା ଲୋକ ମଧ୍ୟ ପାର୍ଶ୍ଵ ପ୍ରତିକ୍ରିୟାର ସାମ୍ନା କରିଥିଲେ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି । ଭାରତ ବାୟୋଟେକର କୋଭିଡ୍ ଟିକା ‘କୋଭାକ୍ସିନ’ ଲଗାଇଥିବା ପ୍ରାୟ ଏକ ତୃତୀୟାଂଶ ଲୋକ ନାନା ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଏକ ଗବେଷକ ଟିମ୍ ଦ୍ୱାରା ଏକ ବର୍ଷ ଧରି କରାଯାଇଥିବା ଅଧ୍ୟୟନରେ ଏଭଳି ଦାବି କରାଯାଇଛି । [...]
ନୂଆଦିଲ୍ଲୀ: କୋଭିସିଲ୍ଡକୁ ନେଇ ବିବାଦ ଥମିନଥିବା ବେଳେ ଦେଶୀ କରୋନା ଟିକା ‘କୋଭାକ୍ସିନ’ ନେଇଥିବା ଲୋକ ମଧ୍ୟ ପାର୍ଶ୍ଵ ପ୍ରତିକ୍ରିୟାର ସାମ୍ନା କରିଥିଲେ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି । ଭାରତ ବାୟୋଟେକର କୋଭିଡ୍ ଟିକା ‘କୋଭାକ୍ସିନ’ ଲଗାଇଥିବା ପ୍ରାୟ ଏକ ତୃତୀୟାଂଶ ଲୋକ ନାନା ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଏକ ଗବେଷକ ଟିମ୍ ଦ୍ୱାରା ଏକ ବର୍ଷ ଧରି କରାଯାଇଥିବା ଅଧ୍ୟୟନରେ ଏଭଳି ଦାବି କରାଯାଇଛି ।
ଗବେଷଣାରେ ଭାଗ ନେଇଥିବା ୯୨୬ ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଲୋକ ଅଭିଯୋଗ କରିଥିଲେ ଯେ କୋଭାକ୍ସିନ ଟିକା ଲଗାଇବା ପରେ ସେମାନଙ୍କ ଶ୍ୱାସକ୍ରିୟାରେ ସଂକ୍ରମଣ ହୋଇଥିଲେ। ଏହି ସଂକ୍ରମଣ ତାଙ୍କ ଶ୍ୱାସକ୍ରିୟାର ଉପର ଭାଗରେ ହୋଇଥିଲା |
ଏଥିରେ ଦାବି କରାଯାଇଛି, କୋଭାକ୍ସିନ୍ ଲଗାଇଥିବା ଏକ ପ୍ରତିଶତ ଲୋକ ବ୍ରେନ୍ ଷ୍ଟ୍ରୋକ୍ ଏବଂ ଗିଲିୟନ୍-ବାର୍ ସିଣ୍ଡ୍ରୋମ ନାମକ ସ୍ନାୟୁ ଗତ ସମସ୍ୟା ଭଳି ପାର୍ଶ୍ଵ ପ୍ରତିକ୍ରିୟାର ସାମ୍ନା କରିଥିଲେ। ‘ସ୍ପ୍ରିଙ୍ଗର ନେଚର’ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି।
ନିକଟରେ ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବ୍ରିଟେନର ଏକ କୋର୍ଟରେ ସ୍ୱୀକାର କରିଥିଲା ଯେ ଏହାର ‘କୋଭିସିଲ୍ଡ’ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ। ଟିକା ନେବା ପରେ ଥ୍ରୋମ୍ବୋସିସ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (ଟିଟିଏସ୍) ହେବା ଆଶଙ୍କା ରହିଛି | ଟିଟିଏସ୍ ଦ୍ବାରା ମସ୍ତିଷ୍କ କିମ୍ବା ଶରୀରର ଅନ୍ୟ ସ୍ଥାନରେ ରକ୍ତ ଜମାଟ ବାନ୍ଧି ଯାଇପାରେ | ରକ୍ତରେ ଥିବା ପ୍ଲେଟଲେଟ୍ ସଂଖ୍ୟା କମିଯାଏ | ଏହାଦ୍ବାରା ବ୍ରେନ୍ ଷ୍ଟ୍ରୋକ୍ ଓ ହୃଦଘାତ ହୋଇପାରେ। ପ୍ଲେଟଲେଟ୍ ହେଉଛି ଛୋଟ କୋଷିକା ଯାହା ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ । ପ୍ଲେଟଲେଟ୍ ସଂଖ୍ୟା କମ୍ ହେଲେ ବିପଦ ।
ଭାରତରେ କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’ ଟିକାର ବହୁଳ ବ୍ୟବହାର ହୋଇଥିଲା।
ରୋଡ୍ ଶୋ’ ବେଳେ ଆସିଗଲା ଆମ୍ବୁଲାନ୍ସ, ଭାଷଣ ବନ୍ଦ କରି ସୁରକ୍ଷିତ ଯିବାକୁ ଦେଲେ ନବୀନ
Next Articleସିଙ୍ଗାପୁର ଓ ହଂକଂ ପରେ ନେପାଳରେ ବ୍ୟାନ୍ ହେଲା ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ ମସଲା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
