ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଟି-୨୦ ବିଶ୍ୱକପ: ବୋଲର ଦେଲେ ରୋମାଞ୍ଚକ ବିଜୟ, ପାକିସ୍ତାନକୁ ୬ ରନରେ ହରାଇଲା ଭାରତ

ନ୍ୟୁୟର୍କ: ଟି-୨୦ ବିଶ୍ୱକପରେ ରବିବାର ଖେଳାଯାଇଥିବା ହାଇ ଭୋଲଟେଜ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ନାଟକୀୟ ବିଜୟ ହାସଲ କରିଛି । ଭାରତ ଏହି ଲୋ ସ୍କୋରିଂ ମ୍ୟାଚକୁ ୬ ରନରେ ଜିତିନେଇଛି । ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ବହୁ ପ୍ରତିକ୍ଷୀତ ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୧୯ ଓଭରରେ ମାତ୍ର ୧୧୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୪୨ [...]

Admin•ଜୁନ 10, 2024
Share Article:

ନ୍ୟୁୟର୍କ: ଟି-୨୦ ବିଶ୍ୱକପରେ ରବିବାର ଖେଳାଯାଇଥିବା ହାଇ ଭୋଲଟେଜ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ନାଟକୀୟ ବିଜୟ ହାସଲ କରିଛି । ଭାରତ ଏହି ଲୋ ସ୍କୋରିଂ ମ୍ୟାଚକୁ ୬ ରନରେ ଜିତିନେଇଛି । ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ବହୁ ପ୍ରତିକ୍ଷୀତ ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୧୯ ଓଭରରେ ମାତ୍ର ୧୧୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୪୨ ରନ୍ କରିଥିଲେ। ପନ୍ତଙ୍କ ବ୍ୟତୀତ ରୋହିତ ଶର୍ମା (୧୩) ଓ ଅକ୍ଷର ପଟେଲ (୨୦) ହିଁ ଦୁଇ ଅଙ୍କ ଛୁଇଁ ପାରିଥିଲେ । ଏତେ କମ୍ ସ୍କୋର୍ କରିବା ପରେ ଲାଗୁଥିଲା ଭାରତ ପାଇଁ ଏହି ମ୍ୟାଚ୍ ଜିତିବା କଷ୍ଟକର। ହେଲେ ଯସପ୍ରୀତ ବୁମରା ଏବଂ ସାଥୀ ପରାଜୟ ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ। ୧୨୦ ରନ୍ ବିଜୟଲକ୍ଷ୍ୟ ଜବାବରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ କେବଳ ୧୧୩ ରନ୍ କରିବାକୁ ସମର୍ଥ ହୋଇଥିଲା। ବୁମରା ୧୪ ରନ୍ ଦେଇ ୩ଟି ଓ୍ବିକେଟ୍ ନେଇଥିବା ବେଳେ ପାଣ୍ଡ୍ୟା ୨ଟି ୱିକେଟ୍ ପାଇଥିଲେ। ଅର୍ଶଦୀପ ଓ ଅକ୍ଷର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ବୁମରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଭାରତର ଏହା ଲଗାତାର ଦ୍ବିତୀୟ ବିଜୟ । ଅନ୍ୟପକ୍ଷରେ ପାକିସ୍ତାନର ଏହା କ୍ରମାଗତ ଦ୍ୱିତୀୟ ପରାଜୟ।‌ ଦଳ ପ୍ରଥମ ମ୍ୟାଚରେ ଆମେରିକା ଠାରୁ ହାରିଥିଲା। ଏବେ ପାକିସ୍ତାନ ପାଇଁ ସୁପର-୮ରେ ପହଞ୍ଚିବା କଷ୍ଟକର ହୋଇପଡିଛି।

ଶେଷ ଓଭରରେ ପାକିସ୍ତାନକୁ ବିଜୟ ପାଇଁ ୧୮ ରନ୍ ଆବଶ୍ୟକ କରୁଥିଲା । ଅର୍ଶଦୀପ ସିଂଙ୍କୁ ଏହି ଓଭର ବୋଲିଂ କରାଇଥିଲେ ଅଧିନାୟକ ରୋହିତ। ପ୍ରଥମ ବଲରେ ଇମାଦ ଓ୍ବାସିମଙ୍କୁ (୧୫) ଆଉଟ୍ କରି ଦଳର ଆତ୍ମବିଶ୍ଵାସକୁ ଆକାଶ ଛୁଆଁ କରିଥିଲେ ଅର୍ଶଦୀପ। ଦ୍ଵିତୀୟ ବଲରେ ୧, ତୃତୀୟ ବଲରେ ୧ ଏବଂ ଚତୁର୍ଥ ବଲରେ ଚୌକା ଦେଇଥିଲେ। ଉତ୍ସାହ ମାନ୍ଦା ପଡ଼ିଯାଇଥିଲା ଯେବେ ନସୀମ ଶାହ ପଞ୍ଚମ ବଲକୁ ବଡ଼ ସଟ ମାରିବାକୁ ପ୍ରୟାସ କରିଥିଲେ । ଯାହା ହେଉ ତାହା ଚୌକାରେ ସୀମିତ ରହିଥିଲା।ଏ ସହ ପାକିସ୍ତାନର ସବୁ ଆଶା ମଉଳି ଯାଇଥିଲା। କାରଣ ଶେଷ ବଲରେ ୮ ରନ୍ ଦରକାର ଥିଲା। ଛକା ମାରିଲେବି ପାକିସ୍ତାନ ପକ୍ଷରେ ଆଉ ମ୍ୟାଚ୍ ନଥିଲା। ଅର୍ଶଦୀପ ୧ ରନ୍ ଦେଇ ଶେଷରେ ଦଳକୁ ୬ ରନ୍‌ରେ ବିଜୟୀ କରାଇଥିଲେ। ଭାରତ ପ୍ରଥମ ବ୍ୟାଟିଂ କରି ଯେଉଁ ଭଳି ବିପର୍ଯ୍ୟୟର ଶିକାର ହେଲା ସେଥୁରୁ ମୁକୁଳିବା ଥିଲା କଷ୍ଟକର ବ୍ୟାପାର। କିନ୍ତୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ନାଟକୀୟ ବିଜୟ ହାସଲ କରିଥିଲା।

#Odia#Odisha#News
Share Article:

Related Articles