ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଭ୍ୟନ୍ତରୀଣ ଓ ପଶ୍ଚିମରେ ଗ୍ରୀଷ୍ମ ପ୍ରବାହ ଜାରି, ରହିଛି ପକୂଳରେ ଗୁଳୁଗୁଳି

ଭୁବନେଶ୍ୱର – ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ମୋୖସୁମୀ ସକ୍ରିୟ ରହିଥିଲେ ମଧ୍ୟ ରାଜ୍ୟରେ ବାକି ଅଞ୍ଚଳରେ ପାଗ ଅପରିବର୍ତ୍ତିତ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରବିବାର ୧୬ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଶନିବାର ଅପେକ୍ଷା ରବିବାର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ଆସନ୍ତା ୩ଦିନ ମଧ୍ୟରେ କିଛି ଅଞ୍ଚଳରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ [...]

Admin•ଜୁନ 10, 2024
Share Article:

ଭୁବନେଶ୍ୱର – ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ମୋୖସୁମୀ ସକ୍ରିୟ ରହିଥିଲେ ମଧ୍ୟ ରାଜ୍ୟରେ ବାକି ଅଞ୍ଚଳରେ ପାଗ ଅପରିବର୍ତ୍ତିତ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରବିବାର ୧୬ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଶନିବାର ଅପେକ୍ଷା ରବିବାର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ଆସନ୍ତା ୩ଦିନ ମଧ୍ୟରେ କିଛି ଅଞ୍ଚଳରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣରେ ଆହୁରି ତାପମାତ୍ରା ବଢିବା ସମ୍ଭାବନା ରହିଛି।

ରବିବାର ନୂଆପଡାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧା ଓ ବରଗଡରେ ୪୦.୫ ଡିଗ୍ରୀ ଲେଖାଏଁ, ଜଗତସିଂହପୁର ଓ ଢେଙ୍କାନାଳରେ ୪୦ ଡିଗ୍ରୀ ସେଲସିୟସ ଲେଖାଏଁ ତାପମାତ୍ରା ରହିଥିଲା।

ଏଣେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ସ୍ପର୍ଶ କରିବା ଫଳରେ ପାଗ ଅନୁକୂଳ ରହିଛି। ଦକ୍ଷିଣ ଓଡ଼ିଶାର ଆଉ କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସମ୍ବଲପୁର, ଝାରସୁଗୁଡା, ବୌଦ୍ଧ ଓ ନୂଆପଡା ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ପବନ ବହିବା ସମ୍ଭାବନା ରହିଛି।

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲାର ବାୟୁମଣ୍ଡଳରେ ଆର୍ଦ୍ରତା ପ୍ରତିଶତ ଅଧିକ ରହିବା ଯୋଗୁଁ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେଉଛି।

#Odia#Odisha#News
Share Article:

Related Articles