ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଶ୍ରୀଜୀଉଙ୍କ ଅନନ୍ୟ ପରମ୍ପରା ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ରାଜ ପ୍ରସାଦ ବିଜେ ନୀତି

ଶ୍ରୀକ୍ଷେତ୍ରରେ ପରମ୍ପରା ଅନୁସାରେ ଗତକାଲି ଶ୍ରୀଜୀଉଙ୍କ ସମ୍ପର୍ଣ୍ଣ ହୋଇଛି ‘ରାଜ ପ୍ରସାଦ ବିଜେ’ ନୀତି। ସ୍ନାନପୁର୍ଣିମା ଠାରୁ ଗତକାଲି କୃଷ୍ଣ ଦ୍ୱାଦଶୀ ପର୍ଯ୍ୟନ୍ତ ଦୀର୍ଘ ଦ୍ଵାଦଶ ଦିନ ବ୍ୟାପି ଚତୁର୍ଦ୍ଧା ବିଗ୍ରହ ଙ୍କ ଚାଲିଥିଲା ଉପଚାର ଅର୍ପଣ ନୀତି। ପ୍ରଭୁ ଜ୍ୱରରେ ପୀଡିତ ଥିଲେ। ଖଳିଲାଗି ଏକାଦଶୀ ତିଥିରେ ଶ୍ରୀଅଙ୍ଗରେ ସୁବାସିତ ଚନ୍ଦନ ଓ ଖଳି ଲାଗି ପରେ ସୁସ୍ଥତା ଅନୁଭବ କରିଛନ୍ତି । ମହାପ୍ରଭୁଙ୍କ ଶରୀର ଅସୁସ୍ଥରେ ଚିନ୍ତିତ ତାଙ୍କର ଆଦ୍ୟ ସେବକ ଗଜପତି ମହାରାଜା। [...]

Admin•ଜୁଲାଇ 4, 2024
Share Article:

ଶ୍ରୀକ୍ଷେତ୍ରରେ ପରମ୍ପରା ଅନୁସାରେ ଗତକାଲି ଶ୍ରୀଜୀଉଙ୍କ ସମ୍ପର୍ଣ୍ଣ ହୋଇଛି ‘ରାଜ ପ୍ରସାଦ ବିଜେ’ ନୀତି। ସ୍ନାନପୁର୍ଣିମା ଠାରୁ ଗତକାଲି କୃଷ୍ଣ ଦ୍ୱାଦଶୀ ପର୍ଯ୍ୟନ୍ତ ଦୀର୍ଘ ଦ୍ଵାଦଶ ଦିନ ବ୍ୟାପି ଚତୁର୍ଦ୍ଧା ବିଗ୍ରହ ଙ୍କ ଚାଲିଥିଲା ଉପଚାର ଅର୍ପଣ ନୀତି। ପ୍ରଭୁ ଜ୍ୱରରେ ପୀଡିତ ଥିଲେ। ଖଳିଲାଗି ଏକାଦଶୀ ତିଥିରେ ଶ୍ରୀଅଙ୍ଗରେ ସୁବାସିତ ଚନ୍ଦନ ଓ ଖଳି ଲାଗି ପରେ ସୁସ୍ଥତା ଅନୁଭବ କରିଛନ୍ତି ।

ମହାପ୍ରଭୁଙ୍କ ଶରୀର ଅସୁସ୍ଥରେ ଚିନ୍ତିତ ତାଙ୍କର ଆଦ୍ୟ ସେବକ ଗଜପତି ମହାରାଜା। ଉପଚାର ଅର୍ପଣ ସମୟରେ ଶ୍ରୀଜୀଉ ଙ୍କ ଶ୍ରୀଅଙ୍ଗରୁ ଝରି ପଡିଥିବା କରାଳ, ଚନ୍ଦନ, ପାଟଡୋର ଓ ଔଷଧ ସବୁକୁ ରୁପା ଥାଳିରେ ସଂଗ୍ରହକରି ରଖିଥିଲେ ଦଇତାପତି ସେବକ ମାନେ।ଏହିସବୁ ଦ୍ରବ୍ୟ ମହାପ୍ରଭୁଙ୍କ ନିର୍ମାଲ୍ୟ ।

ପରମ୍ପରା କ୍ରମେ ଏହି ନିର୍ମାଲ୍ୟ କୁ ଆଷାଢ଼ କୃଷ୍ଣ ଦ୍ଵାଦଶୀ ତିଥିରେ ଗଜପତି ଙ୍କୁ ପ୍ରଦାନ କରାଯିବା ସହିତ ମହାପ୍ରଭୁଙ୍କ ସୁସ୍ଥ ହେବାର ସମ୍ବାଦ ପ୍ରଦାନ କରାଯିବାର ଵିଧି ରହିଛି।

ଶ୍ରୀଜୀଉ ଙ୍କ ସକାଳଧୂପ ପରେ ଏହିସବୁ ଦିବ୍ୟବସ୍ତୁ କୁ ଦଇତା ଓ ପତି ମହାପାତ୍ର ପଟୁଆରରେ ଘଣ୍ଟ, କାହାଳୀ ଓ ଛତା ସହ ‘ଶ୍ରୀନହର’ କୁ ଯାଇ ଗଜପତି ଙ୍କୁ ମହାପ୍ରଭୁଙ୍କ ସୁସ୍ଥ ହେବାର ବାର୍ତା ଦେବା ସହ ନିର୍ମାଲ୍ୟ ଅର୍ପଣ କରିଥିଲେ। ଏହି ସମୟ ରେ ସମ୍ପୃକ୍ତ ସେବକ ମାନଙ୍କୁ ଶ୍ରୀନହର ପକ୍ଷରୁ ଯଥାଯୋଗ୍ୟ ଖଣ୍ଡୁଆ ପ୍ରଦାନ କରାଯାଇଥିଲା। ଏହି ସମ୍ପୃକ୍ତ ନୀତିକୁ ଶ୍ରୀକ୍ଷେତ୍ରରେ ‘ରାଜ ପ୍ରସାଦ ବିଜେ’ ନୀତି କୁହାଯାଏ।

#Odia#Odisha#News
Share Article:

Related Articles