ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସ୍ବଦେଶ ଫେରିଲା ବିଶ୍ବ ଚାମ୍ପିୟନ ଭାରତୀୟ ଟିମ୍, ବର୍ଷା ସତ୍ତ୍ବେ ଉଚ୍ଛ୍ବସିତ ସ୍ୱାଗତ ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ୍ ଟିମ୍ ଗୁରୁବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସ୍ବଦେଶ ଫେରିଛନ୍ତି। ଝିପି ଝିପି ବର୍ଷା ସତ୍ତ୍ବେ ଦିଲ୍ଲୀ ବିମାନ ବନ୍ଦରରେ ବହୁ ସଂଖ୍ୟାରେ ପ୍ରଶଂସକ ବିଶ୍ବ ବିଜୟୀ ଭାରତୀୟ ଦଳକୁ ଉଚ୍ଛ୍ବସିତ ସ୍ୱାଗତ ଜଣାଇଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପ୍ରଶଂସକମାନେ ଖେଳାଳିଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ଦୂରରେ ରହିଥିଲେ। ବିଶ୍ବ ଚାମ୍ପିୟନ ଭାରତୀୟ ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଏହାପରେ ଟିମ୍ [...]

Admin•ଜୁଲାଇ 4, 2024
Share Article:

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ୍ ଟିମ୍ ଗୁରୁବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସ୍ବଦେଶ ଫେରିଛନ୍ତି। ଝିପି ଝିପି ବର୍ଷା ସତ୍ତ୍ବେ ଦିଲ୍ଲୀ ବିମାନ ବନ୍ଦରରେ ବହୁ ସଂଖ୍ୟାରେ ପ୍ରଶଂସକ ବିଶ୍ବ ବିଜୟୀ ଭାରତୀୟ ଦଳକୁ ଉଚ୍ଛ୍ବସିତ ସ୍ୱାଗତ ଜଣାଇଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପ୍ରଶଂସକମାନେ ଖେଳାଳିଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ଦୂରରେ ରହିଥିଲେ। ବିଶ୍ବ ଚାମ୍ପିୟନ ଭାରତୀୟ ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଏହାପରେ ଟିମ୍ ଇଣ୍ଡିଆ ଅପରାହ୍ନରେ ମୁମ୍ବାଇରେ ଏକ ରୋଡ୍ ସୋ’ କରିବା କାର୍ଯ୍ୟକ୍ରମ ରହିଛି।

ବର୍ଷା ସତ୍ତ୍ବେ ଶହ ଶହ ପ୍ରଶଂସକ ଟିମ୍ ଇଣ୍ଡିଆ ସମର୍ଥନରେ ସ୍ଲୋଗାନ ଦେବାସହ ବ୍ୟାନର ଓ ଜାତୀୟ ପତାକା ଧରି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଗତ ଶନିବାର (ଜୁନ୍ ୨୯) ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟ୍ରଫି ଜିତିଥିଲା।

୨୦୧୧ରେ ଭାରତର ଶେଷ ବିଶ୍ୱକପ୍ ବିଜୟକୁ ମନେ ପକାଇ ଜଣେ ପ୍ରଶଂସକ କହିଛନ୍ତି, “ଆମେ ଗତ ୧୩ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲୁ। ବିଶ୍ୱକପ ଜିତି ଦଳ ଆମକୁ ଗର୍ବିତ କରିଛି। ଟିମ୍ ଇଣ୍ଡିଆକୁ ସ୍ବାଗତ କରିବା ଲାଗି ସେ ଭୋର ପ୍ରାୟ ୪.୩୦ରୁ ଏଠାରେ ଅଛନ୍ତି ବୋଲି ପ୍ରଶଂସକ ଜଣକ ଦାବି କରିଛନ୍ତି।

ଭାରତୀୟ ଦଳକୁ ନେଇ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ AIC24WC ‘ଏୟାର ଇଣ୍ଡିଆ ଚାମ୍ପିଅନ୍ସ ୨୪ ବିଶ୍ୱକପ’ ବୁଧବାର ଭାରତୀୟ ସମୟାନୁସାରେ ଭୋର ୪.୫୦ ରେ ବାର୍ବାଡୋସରୁ ଉଡ଼ାଣ ଭରିଥିଲା। ପ୍ରାୟ ୧୬ ଘଣ୍ଟା ଅବିରତ ଯାତ୍ର ପରେ ଭାରତୀୟ ଦଳ ଗୁରୁବାର ସକାଳ ୬ଟାରେ (ଭାରତୀୟ ସମୟ) ଦିଲ୍ଲୀରେ ପହଞ୍ଚିଛି।

ଘୂର୍ଣ୍ଣିଝଡ଼ ‘ବେରିଲ୍’ କାରଣରୁ ବାର୍ବାଡୋସରେ ବିମାନ ଚଳାଚଳ ବନ୍ଦ ଥିବାରୁ ଭାରତୀୟ ଦଳ ଟାଇଟଲ୍ ଜିତିବା ପରେ ତୁରନ୍ତ ସ୍ବଦେଶ ଫେରିପାରି ନଥିଲା। ଏହି ସମୟ ମଧ୍ୟରେ ପୁରା ଟିମ୍ ନିଜ ହୋଟେଲରେ ରହିଥିଲେ |

#Odia#Odisha#News
Share Article:

Related Articles