ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରଥ ନିର୍ମାଣ କାର୍ଯ୍ୟର ୫୫ ତମ ଦିବସ , ତିନି ରଥରେ ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ

ପୁରୀ – ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ରଥ ନିର୍ମାଣର ୫୫ ଦିନରେ ତିନିରଥରେ ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ ହୋଇଛନ୍ତି। ଆଜି ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକମାନେ ମିଶି ତିନି ରଥର ସମ୍ମୁଖ ଭାଗକୁ ଛାଡି ପ୍ରତି ପାର୍ଶ୍ୱରେ ତିନୋଟି ଲେଖାଏଁ ୯ ଗୋଟି ପାର୍ଶ୍ଵ ଦେବ ଦେବୀଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି, ଶିଖର ଡମ୍ବରୁ (ଆସ୍ଥାନ) ସଂଯୋଗ କରିଛନ୍ତି। ଚିତ୍ରକାର [...]

Admin•ଜୁଲାଇ 4, 2024
Share Article:

ପୁରୀ – ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ରଥ ନିର୍ମାଣର ୫୫ ଦିନରେ ତିନିରଥରେ ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ ହୋଇଛନ୍ତି।
ଆଜି ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକମାନେ ମିଶି ତିନି ରଥର ସମ୍ମୁଖ ଭାଗକୁ ଛାଡି ପ୍ରତି ପାର୍ଶ୍ୱରେ ତିନୋଟି ଲେଖାଏଁ ୯ ଗୋଟି ପାର୍ଶ୍ଵ ଦେବ ଦେବୀଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି, ଶିଖର ଡମ୍ବରୁ (ଆସ୍ଥାନ) ସଂଯୋଗ କରିଛନ୍ତି। ଚିତ୍ରକାର ସେବକମାନେ ତିନି ରଥ ପ୍ରଭା ଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗ ଚିତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚାଇଛନ୍ତି ।

ନନ୍ଦିଘୋଷ ରଥ ବେଦୀ ସିଂହାସନ ଚାରି ପଟେ ଗାଈ ଗୋଠ ଚିତ୍ର ଅଙ୍କନ ଶେଷ ହେବାସହ ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ବେଦୀ ସିଂହାସନ ଚାରିପାଖରେ ଗାଈ ଗୋଠ ଚିତ୍ର ଅଙ୍କନ ଜାରି ରହିଛି।

ଚିତ୍ରକାର ସେବକମାନେ ତିନି ରଥର ଘୋଡ଼ା, ସାରଥି, ସକ୍ଷୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ ସମେତ ତିନି ରଥର ବାହ୍ୟ ଅଂଶର ରଙ୍ଗ କାର୍ଯ୍ୟ ପ୍ରାୟତଃ ଶେଷ କରିଛନ୍ତି।

ତିନି ରଥର ଦୁଇଟି ଲେଖାଏଁ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ଵ ଆବଶ୍ୟକୀୟ ମରାମତି ସହ ଲାଗିଥିବା ରବର ମ୍ୟାଟ ବଦଳାଯାଇ ନୂଆ ରବର୍ ମ୍ୟାଟ ପଡ଼ି କଣ୍ଟା ପଡ଼ିବା ଶେଷ ହୋଇଅଛି। ରଙ୍ଗ କାର୍ଯ୍ୟ ବାକି ରହିଛି।

ଦରଜୀ ସେବକମାନେ ରଥ କନା କାର୍ଯ୍ୟ ଶେଷ କରି, ରଥ ଉପରେ କନା ପଡ଼ିବା ପାଇଁ କନା ଯୋଡଣି କାର୍ଯ୍ୟ ଶେଷ କରି, ଉଡା ଛନ୍ଦୁଆ, ସାରଥି ପୋଷାକ, ବିଜେ ଚକାପାଇଁ ବାନାରସି ଜରି କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଶ୍ଚାତ ଭାଗ ପାଇଁ ଅପସର ତକିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପ୍ରଭା ବିଡିଆ କଣ୍ଟା ,ବ୍ରେକ କଣ୍ଟା ସହ ଭୋଇ ସେବକ ଏବଂ କୋଠ ସୁଆଁସିଆ ସେବକ ମାନଙ୍କ ପାଇଁ ଆବଶ୍ୟକୀୟ କଟୁରୀ ନିର୍ମାଣ ଶେଷ କରିଛନ୍ତି।

#Odia#Odisha#News
Share Article:

Related Articles