ଓଡ଼ିଶାର ପ୍ରତ୍ୟେକ ବ୍ରାହ୍ମଣ ଶାସନରେ ରକ୍ଷା ପଞ୍ଚମୀ ପାଳିତ
ଆଜି ପବିତ୍ର ରକ୍ଷା ପଞ୍ଚମୀ। ଏହି ପର୍ଵ କୁ ଓଡ଼ିଶାରେ ବିଶେଷ କରି ବ୍ରାହ୍ମଣ ଶାସନରେ ନିଷ୍ଠାର ସହିତ ପାଳନ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ପୂଜା ବିଧାନ କରାଯାଇ ରକ୍ଷା କବଚ ବା ଗୃହରେ ବନ୍ଧନ କରାଯାଇଛି। ବ୍ରାହ୍ମଣ ମାନଙ୍କ ଗୃହରେ ଏ ପର୍ବ ପ୍ରାୟତଃ ପାଳନ ହେଇଥାଏ। ଏ ପର୍ବରେ ପ୍ରତିବର୍ଷ ଏ ଦିନ ଗୃହକୁ ରାକ୍ଷସାଦିଙ୍କ ଆକ୍ରମଣରୁ, ରୋଗରୁ ଓ ସର୍ବ୍ୱାପଦରୁ ରକ୍ଷା କରିବା ପାଇଁ ଗୃହର ଦ୍ୱାର ନିକଟସ୍ଥ କାନ୍ଥରେ ଗଣେଶ, ମହାଦେବ [...]
ଆଜି ପବିତ୍ର ରକ୍ଷା ପଞ୍ଚମୀ। ଏହି ପର୍ଵ କୁ ଓଡ଼ିଶାରେ ବିଶେଷ କରି ବ୍ରାହ୍ମଣ ଶାସନରେ ନିଷ୍ଠାର ସହିତ ପାଳନ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ପୂଜା ବିଧାନ କରାଯାଇ ରକ୍ଷା କବଚ ବା ଗୃହରେ ବନ୍ଧନ କରାଯାଇଛି। ବ୍ରାହ୍ମଣ ମାନଙ୍କ ଗୃହରେ ଏ ପର୍ବ ପ୍ରାୟତଃ ପାଳନ ହେଇଥାଏ। ଏ ପର୍ବରେ ପ୍ରତିବର୍ଷ ଏ ଦିନ ଗୃହକୁ ରାକ୍ଷସାଦିଙ୍କ ଆକ୍ରମଣରୁ, ରୋଗରୁ ଓ ସର୍ବ୍ୱାପଦରୁ ରକ୍ଷା କରିବା ପାଇଁ ଗୃହର ଦ୍ୱାର ନିକଟସ୍ଥ କାନ୍ଥରେ ଗଣେଶ, ମହାଦେବ ଓ ଏକପାଦ ଭୈରବ ମୂର୍ତ୍ତିମାନ ଲେଖାଯାଏ ଏବଂ ଦାଣ୍ଡଚାଳରେ ଓ ବାଡ଼ିଚାଳରେ ରକ୍ଷାକାଣ୍ଡ ଉକୁଚା ଯାଏ । ଗଣପତି,ଭୈରବ,ମହାଦେବଙ୍କୁ ପୂଜା କରାଯାଏ ୫୨ ବୀରଙ୍କ ଭିତରେ ଘଣ୍ଟାକର୍ଣ୍ଣ ନାମକ ବୀରଙ୍କ ନାମରେ ପିଠା ବଳୀ ଦିଆଯାଏ ଏ ସମୟରେ ପ୍ରାର୍ଥନା କରାଯାଏ ଗୃହକୁ ରକ୍ଷା କରିବା ପାଇଁ । କେତେକ ଯାଗାରେ ଗହ୍ମାମାଟୀ ଆଣି କବାଟରେ ମଣ୍ଡଣୀ କରାଯାଏ ଏହି ପର୍ବକୁ ନେଇ ଆମ ଓଡିଶାରେ ବୁଢୀ ମାଆ ମାନେ ଟୁଆଁ ଟୁଇଁ ଗପ କହି ଆମକୁ ଖୁସି କରାନ୍ତି । ଏଥିରେ ଗ୍ରାମର ସେବାୟତ ମାନେ ଆସି ପିଠାପଣା ନିଅନ୍ତି। ବାହାର କାନ୍ଥରେ ଖଡିଦ୍ଵାରା ରେଖା ଟାଣିବା ସହିତ ଜଙ୍ଗଲି ଜନ୍ତୁଙ୍କ ଠାରୁ ସୁରକ୍ଷାପାଇଁ ଘରର ମୁଖ୍ୟ ପ୍ରବେଶ ଦ୍ଵାରରେ ବଟୁକ ଭୈରବ / ଶିବ/ ଗଣେଶଙ୍କର ଚିତ୍ର କରନ୍ତି। କେତେକ ଲୋକ ମହାଦେବଙ୍କ ବାହାନ ଭୃଷବ/ ଗଣେଶଙ୍କ ବାହାନ ମୁଷିକ/ ବଟୁକ ଭୈରବଙ୍କ ବାହାନ କୁକୁରର ଚିତ୍ର ମଧ୍ୟ ଘରର ପଛଦ୍ଵାରରେ ଅଙ୍କନ କରନ୍ତି। ରାତିରେ ବନ୍ୟ ଜନ୍ତୁ ଓ ବିଷାକ୍ତ / ସରୀସୃପ ମାନଙ୍କପାଇଁ କିଛି ଖାଦ୍ୟ ମଧ୍ୟ ଅର୍ପଣ କରାଯିବାର ବିଧିରହିଛି।
ରକ୍ଷା କରଣ ମନ୍ତ୍ର
ଓଁ ଘଣ୍ଟାକର୍ଣ୍ଣ ମହାବୀର ସର୍ବବ୍ୟାଧି ନିବାରଣ
ସର୍ବୋପଦ୍ରବ ସଂଘାତ ବିଦ୍ରାବଣ ହରପ୍ରିୟେ ।
କଣ୍ଠେ ଯସ୍ୟ ମହାନୀଳଂ ଭୂଷଣଂ ଯସ୍ୟ ପନ୍ନଗାଃ
ତେଜାଂସି ତସ୍ୟ ଦେବସ୍ୟ ରକ୍ଷନ୍ତୁ ମମ ମନ୍ଦିରମ୍ ।।
ରକ୍ଷା ବନ୍ଧନ ମନ୍ତ୍ର
ଯେନ ବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାସୁରଃ
ତେନତ୍ୱା ମପି ବଦ୍ଧ୍ନାମି ରକ୍ଷମା ଚଳମାଚଳ ।
ଦ୍ଵାରଦେବ! ନମସ୍ତୁଭ୍ୟଂ ନମସ୍ତେ ନନ୍ଦିକେଶ୍ୱର
ଭାଦ୍ର କୃଷ୍ଣ ପଞ୍ଚମ୍ୟାଂ ରକ୍ଷ ରକ୍ଷ ମହେଶ୍ୱର ।।
ଏହି ମନ୍ତ୍ରଟି ତାଳପତ୍ରରେ ଲେଖି ସେ ତାଳପତ୍ର ଖଣ୍ଡି ମୋଡ଼ା (ରକ୍ଷାକାଣ୍ଡ)ରେ ଗୁନ୍ଥିଦେଇ ରାତିରେ ଦାଣ୍ଡଚାଳରେ ଓ ବାଡ଼ି— ଚାଳରେ ସେ ମୋଡ଼ାଟି ଲଟକାଇ ଦିଆଯାଏ ଓ ପିଠା ପୂଜା କରି ‘ବାଘମାମୁଁ’ ଉଦ୍ଦେଶ୍ୟରେ ଘରର ବାହାରେ ଭିନ୍ନ ଭିନ୍ନ ଦିଗକୁ ପିଠାଖଣ୍ଡମାନ ପକାଇବାକୁ ହୁଏ ।ଏହି ରକ୍ଷା କରଣ ଦ୍ଵାରା ଗୃହେ ଏକ ବର୍ଷ ପର୍ଯ୍ୟନ୍ତ ସମସ୍ତ ଉପଦ୍ରବ ଖଣ୍ଡନ ହୋଇଥାଏ ।
BJP Had Given a Guarantee to Give Rs 50K to Each Woman, But Giving Just Rs 5K: Naveen
Next Articleକ୍ରିକେଟର ସବୁ ଫର୍ମାଟରୁ ଧାୱନଙ୍କ ଅବସର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
