ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କ୍ରିକେଟର ସବୁ ଫର୍ମାଟରୁ ଧାୱନଙ୍କ ଅବସର

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ନିଜ ୧୪ ବର୍ଷର ସଫଳ କ୍ରିକେଟ୍ କ୍ୟାରିୟରରେ ଯବନିକା ଟାଣିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ଶନିବାର ଅବସର ଘୋଷଣା କରିଛନ୍ତି ଧାଓ୍ବନ। ୩୮ ବର୍ଷୀୟ ଧାୱନ କହିଛନ୍ତି ଯେ ୨୦୧୦ରେ ବିଶାଖାପାଟନମରେ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିନିକିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ ସେ ତିନିଟି ଫର୍ମାଟରେ ଜାତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି ଏବଂ ସେ ଜଣେ ସନ୍ତୁଷ୍ଟ ବ୍ୟକ୍ତି ଭାବେ ଅବସର ନେଉଛନ୍ତି। ଧୱନ ସୋସିଆଲ [...]

Admin•ଅଗଷ୍ଟ 24, 2024
Share Article:

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ନିଜ ୧୪ ବର୍ଷର ସଫଳ କ୍ରିକେଟ୍ କ୍ୟାରିୟରରେ ଯବନିକା ଟାଣିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ଶନିବାର ଅବସର ଘୋଷଣା କରିଛନ୍ତି ଧାଓ୍ବନ।

୩୮ ବର୍ଷୀୟ ଧାୱନ କହିଛନ୍ତି ଯେ ୨୦୧୦ରେ ବିଶାଖାପାଟନମରେ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିନିକିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ ସେ ତିନିଟି ଫର୍ମାଟରେ ଜାତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି ଏବଂ ସେ ଜଣେ ସନ୍ତୁଷ୍ଟ ବ୍ୟକ୍ତି ଭାବେ ଅବସର ନେଉଛନ୍ତି।

ଧୱନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜ ଅବସର ଘୋଷଣା କରି କହିଛନ୍ତି, “ମୁଁ ମୋର କ୍ରିକେଟ୍ ଯାତ୍ରାର ଏହି ଅଧ୍ୟାୟ ବନ୍ଦ କରୁଛି, କିନ୍ତୁ ମୋ ସହ ଅସଂଖ୍ୟ ସ୍ମୃତି ଅଛି ଏବଂ ମୁଁ ବହୁତ କୃତଜ୍ଞ। ଭଲ ପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ | ଜୟ ହିନ୍ଦ୍। ”

ସେ କହିଛନ୍ତି, “ଜୀବନରେ ଆଗକୁ ବଢ଼ିବାକୁ ହେଲେ ପୃଷ୍ଠା ଲେଉଟାଇବାକୁ ପଡ଼ିବ । ତେଣୁ ମୁଁ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରୁଛି। ମୁଁ ଏତେ ଦିନ ପର୍ଯ୍ୟନ୍ତ ଭାରତ ପାଇଁ କ୍ରିକେଟ୍ ଖେଳିଥିବାରୁ ଶାନ୍ତିର ସହ ଅବସର ନେଉଛି । ”

ଧାୱନ ଭାରତ ପାଇଁ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଏବଂ ୬୮ ଟି-୨୦ ମ୍ୟାଚ୍ ଖେଳିଥିଲେ।

୫୦ ଓଭର ଫର୍ମାଟରେ ଧାଓ୍ବନ ସବୁଠୁ ସଫଳ ହୋଇଥିଲେ। ଏହି ଫର୍ମାଟରେ ସେ ୪୪.୧୧‌ ଆଭରେଜ୍ ସହ ୬,୭୯୩ ରନ୍ କରିଥିଲେ। ଏଥିରେ ୧୭ ଶତକ ଓ ୩୯ ଅର୍ଦ୍ଧଶତକ ସାମିଲ। ସେ ଟେଷ୍ଟ କ୍ରିକେଟରେ ୭ ଶତକ ଓ ହାରାହାରି ୪୦.୬୧ ସହ ୨,୩୧୫ ରନ୍ କରିଥିଲେ। ଏହାଛଡ଼ା ଏହି ଷ୍ଟାଇଲିଶ ବାମହାତୀ ବ୍ୟାଟ୍ସମ୍ୟାନ୍ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୧୭୫୯ ରନ୍ କରିଛନ୍ତିି।

#Odia#Odisha#News
Share Article:

Related Articles