ବରଗଡ଼ରେ ସମ୍ବଲପୁରୀ ଦିନ ପାଳନ, ଅଗଷ୍ଟ ୧ ରେ ସମସ୍ତ କର୍ମଚାରୀ ପରିଧାନ କରିବେ ସମ୍ବଲପୁରୀ ବସ୍ତ୍ର: ଜିଲ୍ଲାପାଳ | News Room Odisha

ବରଗଡ଼ରେ ସମ୍ବଲପୁରୀ ଦିନ ପାଳନ, ଅଗଷ୍ଟ ୧ ରେ ସମସ୍ତ କର୍ମଚାରୀ ପରିଧାନ କରିବେ ସମ୍ବଲପୁରୀ ବସ୍ତ୍ର: ଜିଲ୍ଲାପାଳ

ବରଗଡ଼: ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସ୍ମୃତିରେ ରଖି ଅଗଷ୍ଟ ୧ ତାରିଖ ସବୁ ଅଞ୍ଚଳରେ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇଥାଏ । ଏହାକୁ ସମ୍ମାନ ଜଣାଇ ବରଗଡ଼ ଜିଲ୍ଲା ପ୍ରଶାସନ ସମ୍ବଲପୁରୀ ଦିନରେ ସମସ୍ତ କର୍ମଚାରୀ ମାନଙ୍କୁ ସମ୍ବଲପୁରୀ ଵସ୍ତ୍ର ପରିଧାନ କରିବାକୁ ନିର୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପତ୍ରସଂଖ୍ୟା ତା. ୨୧୨/୩୧-୭-୨୩ ମଧ୍ୟରେ ସୂଚନା ଦିଆଯାଇଛି । ପତ୍ରରେ ସମସ୍ତ କର୍ମଚାରୀ ଏହିଦିନ ଅର୍ଥାତ ୧ ଅଗଷ୍ଟକୁ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବେ ବୋଲି ଉଲ୍ଲେଖ କରାଯାଇଛି ।

ପ୍ରକାଶ ଥାଉକି, ଗାଁ ଠାରୁ ସହର ଯାଏ ସୋସିଆଲ ମିଡିଆରେ ସବୁ ଜାଗାରେ ଏବେ କିଏ କେମିତି ସମ୍ବଲପୁରୀ ଦିନ ପାଳନ କରିବେ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ବରଗଡ଼ ଜିଲ୍ଲାରେ ଗତବର୍ଷ ପ୍ରଥମ ଥର ଜିଲ୍ଲାପାଳ ମନିଷା ବାନାର୍ଜୀ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ ।