ରେଳଧାରଣାରେ ମାଟି ଓ ପଥର, ଅଟକିଲା ଜଗଦଲପୁର - ବିଶାଖାପାଟଣା ଏକ୍ସପ୍ରେସ | News Room Odisha

ରେଳଧାରଣାରେ ମାଟି ଓ ପଥର, ଅଟକିଲା ଜଗଦଲପୁର – ବିଶାଖାପାଟଣା ଏକ୍ସପ୍ରେସ

କୋରାପୁଟ – ରେଳ ଧାରଣାରେ ମାଟି ଓ ବଡ଼ ପଥର ଖସିବାରୁ ଅଟକିଲା ଟ୍ରେନ । ମାନୁବାର – ଜରଟି ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣାରେ ପଥର ଓ ମାଟି ପଡିଛି । ରେଳ ଧାରଣା ପାର୍ଶ୍ବ ପାହାଡ଼ରୁ ପଥର ଓ ମାଟି ଖସିଛି । ଏଥିଯୋଗୁଁ ସଂପୃକ୍ତ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଉ ଆଗକୁ ଯାଇନପାରି କୋରାପୁଟ ଷ୍ଟେସନରେ ଅଟକି ରହିଛି ଜଗଦଲପୁର – ବିଶାଖାପାଟଣା ସମଲେଶ୍ଵରୀ ଏକ୍ସପ୍ରେସ। ରେଳ ଧାରଣାରୁ ପଥର ଓ ମାଟି ହଟାଇବା ପାଇଁ ଉଦ୍ୟମ ଚାଲିଛି।