ବିଜେଡିର ଉପଦେଷ୍ଟା କମିଟି ବୈଠକ: ଏ ସରକାରର ବିଫଳତା ଲୋକଙ୍କୁ ଜଣାଇବୁ | News Room Odisha

ବିଜେଡିର ଉପଦେଷ୍ଟା କମିଟି ବୈଠକ: ଏ ସରକାରର ବିଫଳତା ଲୋକଙ୍କୁ ଜଣାଇବୁ

ଭୁବନେଶ୍ବର : ଗତ ନିର୍ବାଚନରେ ବିଜେଡି କ୍ଷମତାଚୁୟତ ହୋଇଛି ସତ, ହେଲେ ସଂଖ୍ୟା ହିସାବରେ ଏବେ ବି ଦଳ ଏକ ନମ୍ବର ସ୍ଥାନ ରଖିଛି। ସେହିପରି ନବୀନ ବାବୁଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି। ସେପଟେ, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପିର ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବୁ। ଆଜି ବିଜେଡିର ଉପଦେଷ୍ଟା କମିଟି ବୈଠକରେ ଆଜି ଏଭଳି ବାର୍ତ୍ତ। ଦିଆଯାଇଛି।

ଦଳର ବରିଷ୍ଠ ନେତା ତଥା ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆଜି ଶଙ୍ଖ ଭବନ ଠାରେ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ଦଳର ବରିଷ୍ଠ ନେତା ତଥା ଉପଦେଷ୍ଟା କମିଟିର ସଦସ୍ୟମାନେ କହିଥିଲେ ଯେ, ବିଜୁ ଜନତା ଦଳ ଗତ ନିର୍ବ।ଚନରେ କ୍ଷମତାଚ୍ୟୁତ ହୋଇଥିଲେ ହେଁ, ବିଭିନ୍ନ ଦଳ ପାଇଥିବା ଭାଟ ସଂଖ୍ୟା ହିସାବରେ, ଏବେବି ରାଜ୍ୟର ଏକ ନମ୍ବର ଦଳ ହୋଇ ରହିଛି। ତାଛଡା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେବି ଓଡିଶାବାସୀଙ୍କ ସବୁଠାରୁ ଅଧିକ ପସନ୍ଦ ନେତାର ମାନ୍ୟତା ବଜାୟ ରଖୁଛନ୍ତି। ବିଜୁ ଜନତା ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରାଜ୍ୟରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳୁଛି। ବର୍ତ୍ତମାନର ବିଜେପି ସରକାରଙ୍କ ବିଭିନ୍ନ ବିଜେପି ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ବିଫଳତା ଜନ ସାଧାରଣଙ୍କ ପାଖରେ ପହଞ୍ଚିଛି। ବିଜେପି ଦ୍ବାରା ନିର୍ବ।ଚନ ସମୟରେ ଦିଆଯାଇଥିବା ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଜନସାଧାରଣ ଜାଣିଲେଣି। ବିଜେପିର ମିଛ ପ୍ରତିଶ୍ରୁତିକୁ ଲୋକଙ୍କ ନିକଟରେ ସଚେତନ କରିବା ସଙ୍ଗେ ସଙ୍ଗେ ନବୀନଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଜୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ
ଆଗକୁ ବଢ଼ାଇବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଏହି ବୈଠକରେ ଉପସ୍ଥିତ ଥିବା ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଦଳ ତରଫରୁ ବିଭିନ୍ନ ପ୍ରସଙ୍ଗ ଉପରେ ନିଆଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ। ସେହିପରି କାର୍ଯ୍ୟକ୍ରମ ରୂପାନ୍ତରୀଣ କମିଟିର ଆବାହକ ସଞ୍ଜୟ ଦାସବର୍ମ। ଓ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ସେମାନଙ୍କର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ୍ ମହାନ୍ତି ଦଳର ମିଡ଼ିଆ ଟିମ୍ ଦ୍ବାରା ବିଭିନ୍ନ ପ୍ରସଙ୍ଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଏହି ବୈଠକରେ, ଉପଦେଷ୍ଟା କମିଟିର ସଦସ୍ୟମାନେ ଯଥା, ଉଷା ଦେବୀ, ପ୍ରଫୁଲ୍ଲ ସାମଲ, ଚନ୍ଦ୍ର ଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭ ବେହେରା, ବଦ୍ରି ନାରାୟଣ ପାତ୍ର, ଭୂପିନ୍ଦର ସିଂ, ମଙ୍ଗଳା କିଷାନ, ରବି ନାରାୟଣ ନନ୍ଦ, ଆୟୁବ ଖାନ, ଶଶୀ ଭୂଷଣ ବେହେରା, ସରୋଜିନୀ ହେମ୍ରମ, ରଜନୀ କାନ୍ତ ସିଂ, ଗଣେଶ୍ବର ବେହେରା ପ୍ରମୁଖ ଯୋଗଦେଇ ନିଜର ମତ ରଖିଛନ୍ତି।