ମାସେ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ  | News Room Odisha

ମାସେ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ 

ବାରିପଦା -ଏକ ମାସ ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲୁଛି ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବ ମଣ୍ଡଳ ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ମଧ୍ୟରେ ଥିବା ୩ଟି ଗ୍ରାମ ପଞ୍ଚାୟତର ବାସିନ୍ଦାଙ୍କ ୫ଦଫା ଦାବି ନେଇ ଆନ୍ଦୋଳନ ଯୋଗୁଁ ପର୍ଯ୍ୟଟକଙ୍କ ନିମନ୍ତେ ଗତ ନଭେମ୍ବର ୨୬ତାରିଖରୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିଥିଲା। ତେବେ ଏହାର ସମାଧାନ ହେବା ପରେ ଆଜିଠାରୁ ପର୍ଯ୍ୟଟକ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବ।

ପର୍ଯ୍ୟଟକ ୠତୁ ଚାଲି ଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିମିଳିପାଳ ବିକାଶ ପରିଷଦ ବନ୍ଦ ଡାକରା ଦେଇଥିଲା। ଯାହାକୁ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ସାମୁହିକ ଭାବେ ପରବର୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଥିଲା। ଶିମିଳିପାଳ ବନ୍ଦ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ରାଜ୍ୟ ସରକାର ହରାଇଛନ୍ତି।