ରାଜଧାନୀରେ ଆସନ୍ତା ୨୩ରୁ ଖୋଲିବ ଧର୍ମାନୁଷ୍ଠାନ, ଗାଇଡଲାଇନ ଜାରି | News Room Odisha

ରାଜଧାନୀରେ ଆସନ୍ତା ୨୩ରୁ ଖୋଲିବ ଧର୍ମାନୁଷ୍ଠାନ, ଗାଇଡଲାଇନ ଜାରି

ଭୁବନେଶ୍ୱର- ରାଜଧାନୀରେ ଆସନ୍ତା ୨୩ ତାରିଖରୁ ସବୁ ଧର୍ମାନୁଷ୍ଠାନ ଖୋଲିବ । କୌଣସି ଧର୍ମାନୁଷ୍ଠାନରେ ୨୫ରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା । କେବଳ ଲିଙ୍ଗରାଜ ମନ୍ଦିରରେ ଏକ ସମୟରେ ୧୦୦ ଜଣଙ୍କୁ ଅନୁମତି ମିଳିପାରିବ । ମନ୍ଦିର ଭିତରେ ଭକ୍ତମାନେ କିଛି ଦୂରରୁ ଦିଅଁ ଦର୍ଶନ କରିବେ । ଗର୍ଭଗୃହରେ ପ୍ରବେଶ ବାରଣ କରାଯାଇଛି । ଭୋଗ କରିବା ପାଇଁ ଅନୁମତି ମିଳିବ ନାହିଁ । ଧର୍ମାନୁଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମନ୍ଦିର ପୂଜକମାନେ କୋଭିଡ ନେଗେଟିଭ କିମ୍ବା ୨ ଡୋଜ୍ ଟିକା ନେଇଥିବା ଜରୁରୀ । ବୟସ୍କ, ଗର୍ଭବତୀ ବା ୧୮ରୁ କମ୍ ବୟସ୍କଙ୍କୁ ଧର୍ମାନୁଷ୍ଠାନକୁ ଅନୁମତି ନାହିଁ ।