ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ଦିନକରେ ୧୨୪୩ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ଦିନକରେ ୧୨୪୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ ସାମାନ୍ୟ ବୃଦ୍ଧି ପାଇଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୨୪୩ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୭୧୮ ଏବଂ ସ୍ଥାନୀୟ ଅଂଚଳରୁ ୫୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯, କଟକରୁ ୧୭୭, ଜଗତସିଂହପୁରରୁ ୮୮, ପୁରୀରୁ ୬୯, ନୟାଗଡରୁ ୫୬, ଅନୁଗୁଳରୁ ୫୩, ଯାଜପୁରରୁ ୫୦, ବାଲେଶ୍ୱରରୁ ୪୯, ମୟୂରଭଞ୍ଜରୁ ୩୫, କେନ୍ଦ୍ରାପଡାରୁ ୩୨, ଢେଙ୍କାନାଳରୁ ୨୯ ଓ ଭଦ୍ରକରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝର ଜିଲ୍ଲାରୁ ୧୫, ସୁନ୍ଦରଗଡ ଜିଲ୍ଲାରୁ ୧୪, ରାୟଗଡାରୁ ୧୩, ସମ୍ବଲପୁରରୁ ୧୦, ବରଗଡରୁ ୯, ବଲାଙ୍ଗିରରୁ ୬, ସୁବର୍ଣ୍ଣପୁରରୁ ୫, କନ୍ଧମାଳରୁ ୫, ଝାରସୁଗୁଡାରୁ ୪, ବୌଦ୍ଧରୁ ୪, ଗଜପତିରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୨, ନୂଆପଡାରୁ ୨, କଳାହାଣ୍ଡିରୁ ୨, ଗଞ୍ଜାମରୁ ୨, ଦେବଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କୋରୋନା ପଜିଟିଭ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୭୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯ ଲକ୍ଷ ୬୮ ହଜାର ୪୫୩ । ୧୨ ହଜାର ୧୨୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19