ରାଜଧାନୀର ୪ ନମ୍ବର ପରିବା ମାର୍କେଟ ଓ ମାଛ ବଜାର ସିଲ୍ | News Room Odisha

ରାଜଧାନୀର ୪ ନମ୍ବର ପରିବା ମାର୍କେଟ ଓ ମାଛ ବଜାର ସିଲ୍

ଭୁବନେଶ୍ୱର- ରାଜଧାନୀର ୪ ନମ୍ବର ପରିବା ମାର୍କେଟରେ ବିଏମସି ଚଢାଉ କରି ସିଲ୍ କରିଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପରିବା ମାର୍କେଟ ସିଲ୍ କରିଛି ବିଏମସି । ୟୁନିଟ ୪ ମାଛ ମାର୍କେଟକୁ ବି ସମାନ କାରଣରୁ ସିଲ୍ ହୋଇଛି । ସଟଡାଉନ ବେଳେ ମାଛ ବଜାରରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିଲା । ଅସମ୍ଭବ ଗହଳି ହେବାରୁ ମାଛ ମାର୍କେଟକୁ ସିଲ୍ କରାଯାଇଛି ।